ନବନିର୍ମାଣ କୃଷକ ସଙ୍ଗଠନର ସାଂଗଠନିକ ବୈଠକ।

0 234

ବୋଲଗଡ଼,୦୩/୦୫(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅସରଳା ଗ୍ରାମର କୁଞ୍ଜବିହାରୀ ଦେବଙ୍କ ପ୍ରାଙ୍ଗଣରେ ନବନିର୍ମାଣ କୃଷକ ସଙ୍ଗଠନର ସାଙ୍ଗଠନିକ ପ୍ରକ୍ରିୟା ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବେଗୁନିଆ ଓ ବୋଲଗଡ଼ ନିକଟରେ ବାଙ୍କୀ ମୁହାଣ ମହାନଦୀ ଥାଇ ମଧ୍ୟ ଚାଷୀ ମାନେ ପାଣି ସୁବିଧା ରୁ ବଞ୍ଚିତ ଅଛନ୍ତି ତେଣୁ ପାଣି ସମସ୍ୟା ଦୂର କରିବା ତତସହିତ କାଳିଆ ଯୋଜନାରେ ତୁରନ୍ତ ଚାଷୀ ମାନେ କେମିତି ଉପକୃତ ହେବ । ନଚେତ୍ ଆଗାମୀ ଦିନରେ ଚାଷୀ ମାନେ ଭୋଟ ବର୍ଜ୍ଜନ କରିବା ସହିତ ବେଗୁନିଆ ବୋଲଗଡ଼ ବ୍ଲକ ଘେରାଉ କରିବେ ବୋଲି ନବନିର୍ମାଣ କୃଷକ ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସୁରେଶ ମାନସିଂହ, ଜନ ଅଧିକାର ମଞ୍ଚର ଆବାହକ ଅକ୍ଷୟ କୁମାର ରାଉତରାୟ ,ଶିବ ମୁନି,ଅକ୍ଷୟ ରଥ ପ୍ରମୁଖ ମତ ପ୍ରକାଶ କରିଥିଲେ । ଏହି ସଭାରେ ବେଗୁନିଆ ବୋଲଗଡ଼ ର ୫୦ରୁ ଉର୍ଦ୍ଧ୍ବ ଚାଷୀ ଯୋଗ ଦେଇଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.