ନବଦମ୍ପତି ବାହାଘର ଭୋଜି ବନ୍ଦ କରି ଲୋକଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିବା ସହିତ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରିଛନ୍ତି।

0 304

ଯାଜପୁର,୦୯/୦୭(ପିପିଟି) :ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଟିଣା ଅଞ୍ଚଳର ସଂଗ୍ରାମ କେଶରୀ ସାହୁ ନିଜର ବିବାହ ଭୋଜିକୁ ବନ୍ଦ କରି ପତ୍ନୀ ତୃପ୍ତିମୟୀ ଦାସଙ୍କ ସହିତ ନିଜ ଅଞ୍ଚଳର ଲୋକଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିବା ସହିତ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରିଛନ୍ତି। କରୋନା ମହାମାରୀ ସମୟରେ ବିବାହ ଭୋଜି କଲେ କରୋନା ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଥିବାରୁ ସଂଗ୍ରାମ ଏପରି ଏକ ମହତ ନିଷ୍ପତ୍ତି ନେଇଥିଲେ। ନବଦମ୍ପତି ବିଂଝାରପୁର ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ମଧ୍ୟ ମାସ୍କ ଓ ସାନିଟାଇଜର ବାଣ୍ଟି କରୋନା ସଂପର୍କରେ ସଚେତନ କରିଛନ୍ତି। ନବଦମ୍ପତିଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.