ତିର୍ତ୍ତୋଲ,୩୦/୦୧(ପିପିଟି); ପଟିଲୋ ପଞ୍ଚାୟତର ନନ୍ଦନ ଗ୍ରାମରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଦ୍ଵାରା ଵସୁଧା ଯୋଜନାରେ ନିର୍ମିତ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ଦୀର୍ଘ ଦିନ ହେଲା ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ବିଭାଗୀୟ ଅବହେଳା ରୁ ଜନସାଧାରଣଙ୍କ କାମରେ ଆସି ପାରୁନାହିଁ । ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିଲେ କୌଣସି ସ୍ପଷ୍ଟ ଉତ୍ତର ମିଳୁ ନଥିଵାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି।)