ନଦୀପଠାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

0 97

ଦିଗପହଣ୍ଡି,(ପିପିଟି)୧୧/୦୫,ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଦେଓଖାଳି ଗ୍ରାମ ନିକଟ କଣ୍ଟେଇଯୋଡ଼ି ନଦୀପଠାରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ଦେଓଖାଳି ଗ୍ରାମର ଲଡୁ ନାୟକ ଙ୍କ ଝିଅ ପ୍ରମୋଦିନୀ ଓରଫ ଲତା ନାୟକ (୨୧)।ପୋଲିସ କହିଛି, ଲତା ତାଙ୍କ ମା’ଙ୍କ ସହ ସକାଳେ ରାଶି ଫସଲ ତଦାରଖ କରିବାକୁ ଚାଷ ଜମିକୁ ଯାଇଥିଲେ। ପରେ ଚାଷ ଜମିରେ କାମ ସାରି ଲତା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ଝିଅ ଗାଧୋଇ ସାରି ଘରକୁ ଫେରି ଯାଇଥିବା ଭାବି ତାଙ୍କ ମା’ ଚାଷ ଜମିରୁ ଘରକୁ ଫେରିଥିଲେ। ମାତ୍ର ଝିଅ ଘରେ ପହଞ୍ଚି ନ ଥିବା ଦେଖି ତାଙ୍କ ମା’ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇ ନ ଥିଲେ। ପୂର୍ବାହ୍ନ ପ୍ରାୟ ୧୦ ଟା ରେ ଗ୍ରାମର କେତେକ ବ୍ୟକ୍ତି ନଦୀପଠାରେ ଲତାଙ୍କ ମୃତଦେହ ପଡିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଘରକୁ ନେଇ ଆସିଥିଲେ। ଏ ନେଇ ଗ୍ରାମରକ୍ଷୀ ଥାନାକୁ ଖବର ଦେବା ପରେ ଚିକିଟି ଏସଡିପି ଓ ସୁରେନ୍ଦ୍ର ନାଥ ମୁର୍ମୁ, ନୂଆଗାଁ ଥାନା ଆଇଆଇସି ମାଧବାନନ୍ଦ ନାୟକ, ପହଞ୍ଚି ମୃତଦେହ ଜବତ କରିବାସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇ ଦେଇଛି। ଯୁବତୀଙ୍କ ନାକରୁ ରକ୍ତ ବାହାରୁଥିବା ସହ ମୁହଁ ଓ ଶରୀରର ବିଭିନ୍ନ ଭାଗରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜରି ରଖିଛି।

ରିପୋର୍ଟ – ରବିକୁମାର ଶର୍ମା ।

Leave A Reply

Your email address will not be published.