ଭଞ୍ଜନଗର,୦୯/୧୧(ପିପିଟି) : ତାରାସିଂ ଥାନା ଅଧିନ ଲେମ୍ଭେଇ ପଞ୍ଚାୟତର ବାଲିସାହି ଗ୍ରାମରେ ବୁଧବାର ଅପରାହ୍ନରେ ନଡ଼ିଆ ଗଛରୁ ଖସିପଡି ଲଷ୍ମଣ ନାଇକଙ୍କ ପୁଅ ବିଷ୍ଣୁ ନାଇକ (୩୫) ଙ୍କ ମୃତ୍ୟୁ ଘଟିଛି।ବିଷ୍ଣୁ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ବାରିପେଟ ଥିବା ନଡିଆ ଗଛରେ ଚଢି ନଡ଼ିଆ ତୋଳୁଥିବା ବେଳେ ଭାରସାମ୍ୟ ହରାଇ ଖସି ପଡ଼ି ତଳେ କଚାଢ଼ି ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ବିଷ୍ଣୁକୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବିଷ୍ଣୁ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବା ବେଳେ ସେ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ଧରି ନଡ଼ିଆ ତୋଳି ନିଜ ପରିବାର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ତାର ଗୋଟିଏ ଛୋଟ ପୁଅ ଓ ଝିଅ ରହିଥିବା ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )