ବ୍ରହ୍ମପୁର,୧୬/୦୬(ପିପିଟି): ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି ଉପରେ ଚଢାଉ । ବ୍ରହ୍ମପୁର ବଡ ବଜାର ଥାନା ପୁଲିସ ପକ୍ଷରୁ ଓଁ ନଗର ପ୍ରଥମ ଲାଇନରେ ଚଢାଉ । ପାଉଁରୁଟି ଫ୍ଯାକ୍ଟ୍ରିରେ ପ୍ରସ୍ତୁତ ହେଉଥିଲା ନକଲି ବିଦେଶୀ ମଦ । ଦୁଇ ଭାଇ ତାରିଣୀ ଜେନା ଓ ମିଟୁ ଜେନା ଅଟକ, ବହୁ ପରିମାଣର ନକଲି ବିଦେଶ ମଦ ଜବତ କରିଛି ପୁଲିସ । ୧୦ ପେଟି ବିଦେଶୀ ନକଲି ମଦ, ୧୦ରୁ ଉର୍ଦ୍ଧ୍ବ ବସ୍ତା ମଦ ବୋତଲ, ଠିପି, ସିଲ ଜବତ । ୩ ଲିଟର କାରାମେଲ, ୬ ପେଟି ହୋମିଓ ପଥିକ ସ୍ପିରିଟ ସହ ବହୁ ନକଲି ସାମଗ୍ରୀ ଜବତ । ଦୁଇ ଭାଇ ପାଉଁରୁଟି ଫ୍ୟାକ୍ଟ୍ରି ଭିତରେ କରୁଥିଲେ ନକଲି ବିଦେଶୀ ମଦ ତିଆରି । ସୂଚନା ପାଇ ଆଇପିଏସ୍ ପ୍ରବେଶନ ଅଙ୍କିତ ବର୍ମାଙ୍କ ତତ୍ଵାବଧାନରେ ବଡ ବଜାର ଆଇଆଇସି ପ୍ରଶାନ୍ତ ଭୂପତି, ଏସଡିପିଓ ଟାଉନଙ୍କ ମିଳିତ ଚଢାଉ ବେଳେ ମିଳିଥିଲା ଏହି ନକଲି ମଦ ଫ୍ୟାକ୍ଟ୍ରି । ଏହି ନକଲି ମଦ କାରବାର ଦୀର୍ଘ ଦିନ ଧରି ଚାଲିଥିବା ନେଇ ଶୁଣିବାକୁ ମିଳିଛି।