ନକଲି ଜର୍ଦ୍ଦାର ଚୋରା କାରବାର୍‌ : ୩ଜଣ ଗିରଫ ଓ ବାଇକ ଜବତ ।

0 23

ଯାଜପୁର,୨୦/୦୭(ପିପିଟି) : ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ । ଘଟଣାରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଯାଜପୁର ଜିଲ୍ଲା ଚଣ୍ଡଖୋଲ ଛକ ନିକଟରୁ ନକଲି ଜର୍ଦ୍ଦା ଜବତ କରିଛି ପୋଲିସ । ଅଧିକ ତଥ୍ୟ ହାସଲ ପାଇଁ ଗିରଫ ବ୍ୟକ୍ତିଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ ।

ସୂଚନା ମୁତାବକ ଧାମନଗରରୁ କଟକ ଅଭିମୁଖେ ୨ଟି ବାଇକ୍‌ ଯୋଗେ ୩ଜଣ ନକଲି ଜର୍ଦ୍ଦା ନେଇ ଯାଉଥିଲା । ପୋଲିସ ଖବର ପାଇ ଯାଜପୁର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଚଣ୍ଡିଖୋଲ ଛକ ନିକଟରେ ଅଟକାଇଥିଲେ । ଚଣ୍ଡିଖୋଲ ଫାଣ୍ଡି ପୋଲିସ ଗାଡ଼ିକୁ ଚେକିଂ କରିବା ସମୟରେ ବିପୁଳ ପରିମାଣର ନକଲି ଜର୍ଦ୍ଦା କରିଛି । ଏହାସହ ଘଟଣାରେ ୩ଜଣଙ୍କୁ ଗିରଫ କରିବା ସହ ବାଇକ୍‌ ଜବତ କରିଛି ପୋଲିସ । ବିଭିନ୍ନ ନାମୀ ଦାମୀ କମ୍ପାନୀର ନକଲି ଜର୍ଦ୍ଦା ବ୍ରାଣ୍ଡ ବ୍ୟବହାର କରି ବିଭିନ୍ନ ସ୍ଥାନକୁ ବିକ୍ରି କରାଯାଇଥାଏ । ତେବେ ଜବତ ହୋଇଥିବା ନକଲି ଜର୍ଦ୍ଦାର ଆନୁମାନିକ ମୁଲ୍ୟ ୨ଲକ୍ଷ ଚଙ୍କା ହେବ ବୋଲି ଜଣାପଡିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଯାଜପୁର ଏସ୍‌ଡିପିଓ ଚିନ୍ମୟ ନାୟକ କହିଛନ୍ତି ।

(ରିପୋର୍ଟ- ଅକ୍ଷୟ କୁମାର ରାଉତ। )

Leave A Reply

Your email address will not be published.