ସାନଖେମୁଣ୍ଡି;୧୭/୦୬(ପିପିଟି); ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ପକ୍ଷରୁ ଜାରି ରହିଛି ନକଲି କାରଖାନା ଠାବ । ଗତ ଏକ ସପ୍ତାହ ମଧ୍ୟରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ନିକାଞ୍ଚନ ଜାଗା ଏବଂ ଘରେ ଭିତରେ ବେଆଇନ ଭାବେ ଚଳାଇଥିବା ନକଲି କାରଖାନା ଉପରେ ଚଢ଼ାଉ କରାଯିବା ସହ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇ ଆସୁଥିବା ଜଣାପଡିଛି । ପାଟପୁର ପୋଲିସ ତରଫରୁ ପ୍ରଥମେ ନକଲି ଗୁଟଖା ପରେ ନକଲି ମୃଦୁ ପାନୀୟ ଜଳ କିମ୍ବା ପାନୀୟ ଜଳ ପ୍ରସ୍ତୁତି କାରଖାନା ଚଢ଼ାଉ କରାଯାଇଥିବା ବେଳେ ବୁଧବାର ମଧ୍ୟାହ୍ନ ସାଢେ ୨ ଘଣ୍ଟ ସମୟରେ ଏରେଣ୍ଡ୍ରା ଗ୍ରାମରେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ପୋଲିସ କର୍ମଚାରୀ ଏକ ଘର ଭିତରେ ଦୀର୍ଘଦିନ ଧରି ଚଳାଇ ଆସୁଥିବା ନକଲି ତମାଖୁ କାରଖାନା ଉପରେ ଅତର୍କିତ ଚଢ଼ାଉ କରିଥିଲେ । ଏପରିକି ପ୍ରସ୍ତୁତ ଜିନିଷକୁ ସ୍ଥଗିତ ରଖିଥିବା ଏକ ଗୋଦାମ ଘରେ ମଧ୍ୟ ଚଢ଼ାଉ କରି ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ କଞ୍ଚାମାଲ ଉପକରଣ ସମେତ ବହୁ ମେସିନ ଜବତ କରାଯାଇଥିବା ଜଣାପଡ଼ିଛି । ଏନେଇ ଗ୍ରାମର ବିଶ୍ଵନାଥପୁର ର ରଥ ସାହିର କାଳୀ ପ୍ରସାଦ ମିଶ୍ର ଓରଫ୍ ( ମିଟୁ )ଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଖବରନୁଯାୟୀ , ପାଟପୁର ପୋଲିସ ବୁଧବାର ଦିନ ଏକ ବିଶେଷ ସୁତ୍ରରୁ ଖବରପାଇ ଉକ୍ତ ଗ୍ରାମର ଏକ ଘର ଓ ଗୋଦାମ ଗୃହ ଭିତରେ ଚଢ଼ାଉ କରିବା ସହ ନକଲି କେକେ ମସଲା , ବିମଲ ପୁଡ଼ିଆ, ନକଲି ସିଗାରେଟ ଓ ମୁଖଶୁଦ୍ଧି ଭଳି କ୍ଯାନସର ଜନିତ ତମାଖୁ କାରଖାନା ଓ ପ୍ରସ୍ତୁତ ମେସିନ ଜବତ କରାଯାଇଥିବା ସୂଚନା ମିଳିଛି । ଆଗାମୀ ଦିନରେ ସାନଖେମୁଣ୍ଡି ବ୍ଲକକୁ ନିଶାମୁକ୍ତ ଅଞ୍ଚଳରେ ପରିଣତ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲ ସୂଚନା ପ୍ରଦାନ କରିଛନ୍ତି । ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟକ୍ରମକୁ ଦେଖି ବୁଦ୍ଧିଯିବି ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଥିବା ବେଳେ ନକଲି ବେପାର କରୁଥିବା ବେପାରୀଙ୍କ ମନରେ ବର୍ତ୍ତମାନ ଛନକା ପଶିଯାଇଥିବା ଜଣାପଡିଛି ।
(ରିପୋର୍ଟ- ଆରତ କୁମାର ହୋତା। )