ବୋଲଗଡ଼,୩୧/୦୮(ପିପିଟି): ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ ନିର୍ଭିଘ୍ନ କୁରୁମେ ଦେବ ସର୍ବ କାର୍ଜ୍ୟେସୁ ସର୍ବଦା । ଆଜି ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ବା ଗଣେଷ ଚତୁର୍ଥୀ । ଆଜି ବିଘ୍ନରାଜଙ୍କ ପବିତ୍ର ପୂଜା । ଏହି ଉପଲକ୍ଷେ ବୋଲଗଡ଼ ବ୍ଳକ ଅଞ୍ଚଳ ରେ ବିଭିନ୍ନ ସ୍ଥାନରେ ଆଡମ୍ବର ସହକାରେ ପାଳିତ ହେଉଛି। ଗଣେଷ ପୂଜା ଏହି ପୂଜା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀଦିନ ଭଗବାନ ଗଣେଷଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ। ଏହିପୂଜା କରିବାପାଇଁ ଭଗବାନ ଗଣେଷ ବିଦ୍ୟା ଓ ବୁଦ୍ଧି ପ୍ରଦାନ କରିଥାନ୍ତି ବୋଲି ଲୋକମାନଙ୍କ ମନରେ ଆଶା ଓ ବିଶ୍ୱାସ ରହିଛି। ବିଭିନ୍ନ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ ଓ ପ୍ରତେକ ଗ୍ରାମରେ ଅସ୍ଥାୟୀ ମଣ୍ଡପରେ ସୁନ୍ଦର ସୁସଜ୍ଜିତ ମେଢ ତିଆରିକରି ଗଣେଷ ପୂଜା ଅର୍ଚ୍ଚନା କରିବାର ଦେଖିବାକୁ ମିଳିଛି । ଗତ କିଛି ବର୍ଷ କରୋନା ପାଇଁ ଲୋକମାନେ ପୂଜା କରିପାରି ନଥିଲେ କିନ୍ତୁ ବହୁ ଧୁମଧାମରେ ଏହି ଗଣେଷ ପୂଜା ଆଡମ୍ବର ସହକାରେ ପାଳନ କରାଯାଉଛି ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)