ଧୁମଧାମରେ ପାଳିତ ହେଉଛି ମା ଗଜଲକ୍ଷ୍ମୀ ପୂଜା।

0 349

କୋଦଳା,୧୦/୧୦(ପିପିଟି):ପ୍ରତ୍ୟେକ ବର୍ଷ ଭଳି ଏହିବର୍ଷ ମଧ୍ୟ ପୂଜା ପାଇଲେ ମା ଗଜଲକ୍ଷ୍ମୀ । କରୋନା ପାଇଁ ଗତ ଦୁଇବର୍ଷ ନିରାଡ଼ମ୍ବର ଭାବେ ଏହିପର୍ବ ପାଳନ କରାଯାଇଥିବା ବେଳେ ଚଳିତ ବର୍ଷ ମହାଆଡମ୍ବର ଶହିତ ପାଳନ ହେଉଛି ମା’ଙ୍କ ପର୍ବ।କୁମାର ପୁର୍ଣିମା ସକାଳୁ ସକାଳୁ ପୁରୁଣା ବଜାର ଛକ ରେ ନୂତନ ଭାବେ ଗଢି ଉଠିଥିବା ପୂଜା କମିଟି କର୍ମକର୍ତ୍ତା ଓ ମହିଳା ମା ମାନଙ୍କୁ ନେଇ କଳସ ଯାତ୍ରାର ଆୟୋଜନ କରାଯାଇଥିବା ବେଳେ ଦିନ ସାରା ନୈସ୍ଟିକ ବ୍ରାହ୍ମଣଙ୍କ ବେଦ ମନ୍ତ୍ରରେ ମା ଙ୍କ ପୂଜା ଆରମ୍ଭ ହୋଇଥିଲା ।ସନ୍ଧ୍ୟାରେ ପୂଜା ପାଇଲେ ମା ଗଜଲକ୍ଷ୍ମୀ । ଶତାଧିକ ଭକ୍ତ ମା ଙ୍କ ଦର୍ଶନ ଲାଭ କରିଥିଲେ ।ସେହିପରି ଅପରାହ୍ନ ରେ ହନୁମନ୍ତ ନାରାୟଣୀ ଛକ ଠାରେ ମା ଗଜଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ପୂଜା ମଣ୍ଡପରେ କଳସ ଯାତ୍ରା ସହିତ ପୂଜା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉଭୟ ପୂଜା ମଣ୍ଡପରେ ସାଜସଜ୍ଜା ସହିତ ଆଲୋକ ସଜ୍ଜା ସୁନ୍ଦର ହୋଇଛି ।ଅଞ୍ଚଳର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ମହିଳା ଓ ପୁରୁଷ ଭକ୍ତ ଏକତ୍ରିତ ହେଉଛନ୍ତି । ଏହି ଯାତ୍ରା ଏକ ମାସ ଧରି ଚାଲିବାକୁ ସ୍ଥିର ହୋଇଥିବା ବେଳେ ପ୍ରତ୍ୟକ ସନ୍ଧ୍ୟା ଆଳତି ଦର୍ଶନ ପରେ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା ହେଉଥିବା ଉଭୟ କମିଟି ପ୍ରକାଶ କରିଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି କୋଦଳା ପୁଲିସ ମୃତୟନ ଅଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.