ଧାନ ସଂଗ୍ରହ ପ୍ରକ୍ରିୟା ଘେନି ସମୀକ୍ଷା ବୈଠକ ।

0 436

ଛତ୍ରପୁର,୦୩/୦୨(ପିପିଟି): ଗଞ୍ଜାମ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା କରଣ ସମ୍ପର୍କିତ ଜୁମ ଭିଡ଼ିଓ ଆଭାସି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ଵିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ସମୀକ୍ଷାରେ ଜିଲ୍ଲାପାଳ ସମସ୍ତଙ୍କୁ ଜଣାଇ ଥିଲେ ଯେ ତହସିଲଦାରଗଣ କ୍ଷେତ୍ର ପରିଦର୍ଶନକରି କୃଷକ ମାନଙ୍କ ଧାନ ଚାଷ ଜମିରେ ଅଛି ତାହାର ପ୍ରକୃତ ରିପୋର୍ଟ ପ୍ରଦାନ କରନ୍ତୁ। ବ୍ଲକ ଅନୁଯାୟୀ କେତେ ଧାନ କ୍ରୟ ହୋଇଛି ଏବଂ ପ୍ରଦାନ କରାଯାଇଥିବା ଲକ୍ଷ୍ୟ ଧାର୍ଯ୍ୟ ପୁରଣ ଦିଗରେ ପଦକ୍ଷେପ ନେବାକୁ ପଡିବ । ଯେତେ ଶିଘ୍ର ଏହି ଧାନ କ୍ରୟ ପ୍ରକ୍ରିୟା ଶେଷ କରି ତୁରନ୍ତ ଚାଷୀଙ୍କ ଜମା ଖାତାକୁ ଟଙ୍କା ଯିବ ସେ ଦିଗରେ ତତ୍ୱରତା କରିବାକୁ ଜଣାଇଥିଲେ। ଜାନୁଆରୀ ପ୍ରଥମରୁ ଆରମ୍ଭ ହୋଇଥିବା ଧାନ ସଂଗ୍ରହ କାର୍ଯ୍ୟ ମାର୍ଚ୍ଚ ମାସ ୩୧ ତାରଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପୁଶା ମୁଣ୍ଡା ଅବଗତ କରାଇଥିଲେ। ଯେଉଁ ସ୍ଥାନରେ ସ୍ଥାନୀୟ ମିଲର ଟ୍ୟାଗ କରାଯାଇଛି ସେମାନେ ଧାନ ସଂଗ୍ରହ କରୁଛନ୍ତି, ଯେଉଁ ସ୍ଥାନରେ ଅନ୍ୟ ବ୍ଲକ ମିଲର ଟ୍ୟାଗ ଅଛନ୍ତି ସେମାନେଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ କରୁଛନ୍ତି। ତେଣୁ ଧାନ ସଂଗ୍ରହ ବିଳମ୍ବ ହେଉଛି ଓ ଲକ୍ଷ୍ୟଧାର୍ଯ୍ୟ ପୂରଣ ବିଳମ୍ବ ହେଉଛି। ଯଦି ମିଲରଗଣ ଏହି ଦିଗରେ ବିଳମ୍ବ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯେଉଁଠି ମିଲର ମାନଙ୍କୁ ଟ୍ରକ ଯୋଗାଡ଼ ଅସୁବିଧା ରହୁଛି ସେଠି ସେମାନେ ପ୍ରଶାସନର ଦୃଷ୍ଟିକୁ ଆଣନ୍ତୁ , ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସହଯୋଗ କରାଯିବ,କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବକୁ ପ୍ରଶ୍ରୟ ଦିଆଯିବ ନାହିଁ।

ଗଞ୍ଜାମ ଜିଲ୍ଲାରେ ସମୁଦାୟ ୩୬୬ ମିଲରଙ୍କୁ ପ୍ରଦତ୍ତ ଲକ୍ଷର ୩୨୯୫୮୫୨ କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଥିବା ବେଳେ ଗତକାଲି ସୁଦ୍ଧା ୫୩ ୬୦୦ ଜଣ କୃଷକଙ୍କ ଠାରୁ ୨୩୬୩୮୧୯ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ୪୦୪୨୨ ଜଣ କୃଷକଙ୍କ ଜମାଖାତାକୁ ୩୪୯୯୪୩୦୧୨୨ ଟଙ୍କା ପ୍ରଦାନ ହୋଇଥିବା ସୂଚନା ମିଳିଛି।

ଆନ୍ଧ୍ରପ୍ରଦେଶରୁ ଧାନ ଗଞ୍ଜାମ ଜିଲ୍ଲାକୁ ଆସୁନଥିବା ପାତ୍ରପୁର ତହସିଲଦାର ଅବଗତ କରାଇଥିଲେ। ସୁବୁବେଳେ ଜିଲ୍ଲାର ସୀମାବର୍ତୀ ଅଞ୍ଚଳରେ ପୋଲିସ ଓ ପ୍ରଶାସନର ନଜର ରଖାଯାଉଥିବା ସେ କହିଛନ୍ତି । ଯେଉଁଠି ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକା ଧାନ ସଂଗ୍ରହ ହେବା ଜଣାଯାଇଛି ଉପଯୁକ୍ତ ତଥ୍ୟ ସହିତ ଲିଖିତ ଜଣାଇ ଦିଆଗଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସକାଶେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଜଣାଇଥିଲେ ।ଉପଜିଲ୍ଲାପାଳ ଗଣ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସ୍ବଳ୍ପ ସମୟ ଧାନ ସଂଗ୍ରହ ପ୍ରକ୍ରିୟା ନେଇ ସମୀକ୍ଷା କରନ୍ତୁ ତେବେ ଯୋଉଠି ଯାହା ସମସ୍ୟା ହେଉଛି ତାହାର ସରଳ ସମାଧାନ ହୋଇପାରିବ ଓ ଚାଷି ଉପକୃତ ହୋଇପାରିବେ। ଜୁମ ଭିଡ଼ିଓ ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.