ବେଲଗୁଣ୍ଠା,୦୮/୧୦(ପିପିଟି); ଧରାକୋଟ କୋଠାରୀ ସାହିସ୍ଥିତ ବିପିନ ବିହାରୀ ଶତପଥୀଙ୍କ ଧର୍ମ ପତ୍ନୀ ଲକ୍ଷ୍ମୀ ପ୍ରିୟା ଶତପଥୀଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ସ୍ଵର୍ଗତା ଶତପଥୀଙ୍କ ଦ୍ଵାଦଶାହ ତିଥିରେ ନିଜ ବାସ ଗୃହ ଠାରେ ଏକ ସ୍ମୃତି ସଭା ପାଳିତ ହୋଇଯାଇଛି । ଆଜିର ଏହି ସ୍ମୃତି ସଭାରେ ଖାରିଆଗୁଡା ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଶତପଥୀ, ଉତ୍କଳ ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୂମ୍ନ ପାତ୍ର, ବିଶିଷ୍ଟ ଯୁବ ସଂଗଠକ ତପନ ପାଣିଗ୍ରାହୀ, ଧରିତ୍ରୀ ବାର୍ତ୍ତା ସମ୍ପାଦକ ବିକ୍ରମ କୁମାର ପଣ୍ଡା, ଦିଗପହଣ୍ଡି ସୁପର୍ ଭାଇଜର ଶାନ୍ତି ଲତା ଶତପଥୀ,ପ୍ରସନ୍ନ ପାତ୍ର , ଧରାକୋଟ ପ୍ରେସ୍ କ୍ଲବ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ନାୟକ, ହୃଦାନନ୍ଦ ଜେନା, ବିଷ୍ଣୁ କେଶରୀ ଆଚାର୍ଯ୍ୟ, ରୁଦ୍ର ନାରାୟଣ ପଣ୍ଡା, ଶିଶିର କୁମାର ମହାନ୍ତି, ଶିବାଜୀ ଗଣେଶ ପଣ୍ଡାଙ୍କ ସମେତ ପୁଅ ଅଜିତ,ବୋହୁ ଅଜୀତା , ପୁଅ ମନୋଜ, ମୀତୂନୂ, ଝିଅ ନିବେଦିତା ଉପସ୍ଥିତ ହୋଇ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ଧରାକୋଟ ସମବାୟ ଶାଖା ପରିଚାଳକ କେଦାର ଗୌରୀ ଭଞ୍ଜ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ । ସୂଚନା ଯୋଗ୍ୟ ଯେ ସ୍ଵର୍ଗତା ଶତପଥୀ ଧରାକୋଟ ଗ୍ରାମପଞ୍ଚାୟତର ଚାରି ନମ୍ବର ୱାର୍ଡର ୱାର୍ଡ ପଭ୍ୟା ଥିଲେ । ତାଙ୍କ ଉଦ୍ଦେଶ୍ୟରେ ଧରାକୋଟ ସରପଞ୍ଚ ଅଞ୍ଜଳି ସ୍ଵାଇଁଙ୍କ ସଭାପତିତ୍ଵରେ ମଧ୍ୟ ଅନ୍ୟ ଏକ ସ୍ମୃତି ସଭା ଆୟୋଜନ କରାଯାଇଥିଲା । ସ୍ଵର୍ଗତା ଶତପଥୀ ଜଣେ ଧର୍ମ ପରାୟଣା ତଥା ପରୋପକାରୀ ମହିଳା ଥିଲେ । (ରିପୋର୍ଟ – ଶିବରାମ ଚୌଧୁରୀ ।)