ଧର୍ମଶାଳା ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟ କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ ।

0 538

ଯାଜପୁର,୧୨/୧୧(ପିପିଟି):ଭିଜିଲାନ୍ସ ଜାଲରେ କିରାଣୀ । ଯାଜପୁର ଧର୍ମଶାଳା ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟ କନିଷ୍ଠ କିରାଣୀଙ୍କ ରତ୍ନାକର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି । ଏକକାଳୀନ ୭ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । କିରାଣୀଙ୍କ ନିଜସ୍ୱ ଗାଁ ଚାହଟା ଘରୁ ପାଖାପାଖି ୮ଲକ୍ଷରୁ ଅଧିକ ଟଙ୍କା ସହ ସୁନା ଓ ରୂପା ଅଳଙ୍କାର ଜବତ ହୋଇଛି । ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ର ରାୟଗୁରୁ କହିଛନ୍ତି ।

Leave A Reply

Your email address will not be published.