ଧର୍ମଶାଳା ରଜ କୁଇନ୍ ୨୦୨୨ ସେମିଫାଇନାଲ ।

0 254

ଧର୍ମଶାଳା,୦୮/୦୬(ପିପିଟି):ଆଜି କଳ୍ପତରୁ ଦାସ ନ୍ୟାସନାଲ ଫାଉଣ୍ଡେସନ ତରଫରୁ ଏବଂ ଧର୍ମଶାଳା ଗାର୍ଲସ ୱିଙ୍ଗ୍ ସଭାନେତ୍ରୀ କ୍ଷିରାବ୍ଧୀ ତନୟା ମଲ୍ଲିକଙ୍କ ନେତୃତ୍ୱରେ ରଜ କୁଇନର ସେମିଫାଇନାଲ ଅଡିସନ କଳ୍ପତରୁ ଦାସ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସେମି ଫାଇନାଲ ଅଡିସନରେ ମୁଖ୍ୟ ଅତିଥିଭାବେ ଧର୍ମଶାଳା ବିଧାୟକ ତଥା ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ସେମିଫାଇନାଲ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ରଜ କୁଇନ ଫାଇନାଲ ରାଉଣ୍ଡର ବିଜେତାକୁ ସ୍କୁଟି ଉପହାର ଉନ୍ମୋଚନ କରିଥିଲେ । ସମ୍ମାନିତ ଅତିଥିଭାବେ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ରସୁଲପୁର ବ୍ଲକ୍ ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଭୂବନେଶ୍ୱର କର୍ପୋରେଟର ଅଜିତ୍ ନାୟକ, ଧର୍ମଶାଳା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିଶ୍ୱ ବିଜୟୀନି ମିଶ୍ର, ଧର୍ମଶାଳା ବିଜୁ ଜନତା ଦଳ ବ୍ଲକ୍ ସଭାପତି ଜଳଧର ମହାନ୍ତି ଯୋଗଦେଇଥିଲେ । ଏହି ଅଡିସନ୍ ନୃତ୍ୟ, ସଙ୍ଗିତ, ରାମସୋ, ବକ୍ତୃତା ଏବଂ କୁଇଜ ୫ଟି ବିଭାଗକୁ ନେଇ କରାଯାଇଥିଲା । ଉକ୍ତ ଅଡିସନରେ ବିଚାରକ ଭାବେ ଓଡିଶାର ସୁନାମଧନ୍ୟ ମୁ୍ୟଜିକ୍ ଡାଇରେକ୍ଟର ଜାପାନୀ ଭାଇ, କଣ୍ଠଶିଳ୍ପୀ ଓ ସଙ୍ଗିତଜ୍ଞ ସାନ୍ତନୁ କୁମାର ନାୟକ, ବରିଷ୍ଠ ଉପସଭାନେତ୍ରୀ ବିଜୁ ଯୁବ ଜନତା ଦଳ ଜ୍ୟୋସ୍ନାମୟୀ ପରିଡା, ମିଡିଆ ମୁଖପାତ୍ର ଇପ୍ସିତା ସାହୁ, ବରିଷ୍ଠ ସାମ୍ବାଦିକ ରମାକାନ୍ତ ଜେନା ବିଚାରକଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁବ ବିଜେଡି ସଭାପତି କ୍ଷିତିଶ କୁମାର ନାୟକ, ୧୩ନଂ ଜୋନ ଜିଲ୍ଲା ପରିଷଦ ସ୍ମୃତିରେଖା ବେହେରା, ୧୧ନଂ ଜୋନ ଜିଲ୍ଲା ପରିଷଦ ସୁଧାଂଶୁ ଭୂଷଣ ସାହୁ, ୧୨ନଂ ଜୋନ ନିଲ୍ଲା ପରିଷଦ ପ୍ରଣତୀ ଲେଙ୍କା, ରାଇଛନ୍ଦା ସମିତିସଭ୍ୟା ଅନିତା ବେହେରା, ଶ୍ରୀବନ୍ତପୁର ସମିତିସଭ୍ୟା ସୌଦାମିନୀ ସାମଲ ଏବଂ ଗାର୍ଲସ ୱିଙ୍ଗର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲା ବେଳେ ସମସ୍ତ ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତ ସଭାପତି, ଧର୍ମଶାଳା ମହିଳା ଜନତା କର୍ମକର୍ତ୍ତା, ଛାତ୍ର ଜନତା କର୍ମକର୍ତ୍ତା ଏବଂ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.