ଧର୍ମଶାଳା ରଜ କୁଇନ୍ ୨୦୨୨ ତୃତୀୟ ରାଉଣ୍ଡ ମେଗା ଅଡିସନ୍ ।

0 280

ଯାଜପୁର,୨୬/୦୫(ପିପିଟି) : ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନିର୍ଦ୍ଦେଶ କ୍ରମେ  ଆଜି କଳ୍ପତରୁ ଦାସ ନ୍ୟାସନାଲ ଫାଉସେନ ତରଫରୁ ଏବଂ ଧର୍ମଶାଳା ଗାର୍ଲସ ୱିଙ୍ଗ୍ ତା୍ୱବଧାନରେ ରଜ କୁଇନ ର ତୃତୀୟ ରାଉଣ୍ଡ ମେଗା ଅଡିସନ୍ ଗାର୍ଲସ ୱିଙ୍ଗ୍ ସଭାନେତ୍ରୀ କ୍ଷୀରାବ୍ଧି ତନୟା ମଲ୍ଲିକଙ୍କ ନେତୃତ୍ୱରେ କଳ୍ପତରୁ ଦାସ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ତୃତୀୟ ରାଉ ମେଗା ଅଡିସନ ନୃତ୍ୟକୁ ନେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜୋନ ସ୍ତରରୁ ଆସିଥିବା ୭୮ଜଣ ପ୍ରତିଯୋଗୀରୁ ୩୫ଜଣଙ୍କୁ ସେମି ଫାଇନାଲକୁ ବିଚାରକମାନେ ଟିକେଟ୍ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଫିତାକାଟି ଉଦ୍‌ଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଉପସଭାନେତ୍ରୀ ଅପୂର୍ବା ଅପରୂପା, ରାଜ୍ୟ ଛାତ୍ର ଯୁଗ୍ମ ସମ୍ପାଦିକା ଆସାଶ୍ରୀ ସାହୁ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦିକା ଶିଭାଙ୍ଗି ରାୟ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ବିଚାରକ ଭାବେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁବ ବିଜେଡି ସଭାପତି କ୍ଷିତିଶ କୁମାର ନାୟକ, ୧୩ନଂ ଜୋନ ଜିଲ୍ଲା ପରିଷଦ ସ୍ମୃତିରେଖା ବେହେରା, ରାଇଛନ୍ଦା ସମିିତିସଭ୍ୟା ଅନିତା ବେହେରା ଏବଂ ଶ୍ରୀବନ୍ତପୁର ସମିତିସଭ୍ୟା ସୌଦାମିନୀ ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗାର୍ଲସ ୱି୍ଙ୍ଗର ସମସ୍ତ କର୍ମର୍କାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଜି ଏହି ନୃତ୍ୟ ପରିବେଷଣ ଅଡିସନରେ ସୁଚିସ୍ମିତା ରାୟ, ବିପାସା ବେହେରା, ଲିଜା ବାରିକ୍, ଲିପିକା ଓଝା, ନିରୁପମା ସେଠୀ, ଶୁଭଲକ୍ଷ୍ମୀ ବାରିକ୍, ରୋଜି ମଳିକ, ସୁମିତ୍ରା ମଳିକ, ସନ୍ତୋଷୀ ତରାଇ, ଚନ୍ଦ୍ର୍ରକଳା ଦାସ, ଗାୟତ୍ରୀ ମଳିକ, ସ୍ମୃତିରେଖା ସାହୁ, ଆନି ଗୁରୁ, ସ୍ମୃତି ସଙ୍ଗିତା ମିଶ୍ର, ଗାୟତ୍ରୀ ମଲ୍ଲିକ୍, ଲିଜାରାଣୀ ପ୍ରଧାନ, ଶୁଭଦ୍ରା ବାରିକ୍, ପୂଜାରାଣୀ କଦମ, ସୋନାଲି ପା, ମିତାଲି ବେହେରା, ଶୁଶ୍ରୀ ରକ୍ତିିମା ମଲ୍ଲିକ୍, ରାଜଶ୍ରୀ ନାୟକ, ସ୍ମୃତିସାଇ ଲେଙ୍କା, ରୋଜାଲିନ ନାୟକ, ଦେବାଜାନୀ ଫତେସିଂ, ଶୁଶ୍ରୀ ସଙ୍ଗିତା ନାୟକ, ର୍ପୂିମା ରାଉତ, ସ୍ୱାଗତିକା ସାହୁ, ସୁଲୋଚନା ଜେନା, ସୁଲଗ୍ନା ପ୍ରିୟଦର୍ଶିନୀ ଦାଶ, ଶୁଭଶ୍ରୀ ରାଉତ, ବିଜୟଲକ୍ଷ୍ମୀ ସାହୁ, ପ୍ରିୟଦର୍ଶିନୀ ରାଉତ, ସୌମ୍ୟାଶ୍ରୀ ଲେଙ୍କା ଏବଂ ସନ୍ତୋଷୀ ଗୋଛାୟତଙ୍କୁ ବିଚାରକମାନେ ଟିକେଟ୍ ଦେଇ ସେମି ଫାଇନାଲକୁ ଉର୍ତୀ କଲେ ।

Leave A Reply

Your email address will not be published.