ଯାଜପୁର,୨୫/୦୯(ପିପିଟି); ଗୋକରନେଶ୍ୱର ପୀଠ ରେ ଧର୍ମଶାଳା ଟ୍ରଲି ଓ ରିକ୍ସା ଚାଳକ ମହାସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ମହାସଂଘର ସଭାପତି ମାନସ ରଞ୍ଜନ କରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ଏହି ସଭା ରେ ମହାସଂଘର ଉପଦେଷ୍ଟା ଅଖିଳ କୁମାର ସ୍ବାଇଁ, ସୁରେନ୍ଦ୍ର କୁମାର ଲେଙ୍କା, ପ୍ରଭାତ ମହାପାତ୍ର,ଶ୍ୟାମ ସୁନ୍ଦର ସାହୁ ଓ ମହାସଂଘର ସାଧାରଣ ସମ୍ପାଦକ ରଙ୍କନିଧି ମଳିକ, ଉପସଭାପତି ବାବୁଲି ଗେଡି,ସହ ସମ୍ପାଦକ ଲଛ ମନ ମଳିକ କୋଷାଧ୍ୟକ୍ଷ ମଦନ ମଳିକଙ୍କୁ ସର୍ବସମତି କ୍ରମେ ନୂତନ କାର୍ଯ୍ୟଭାର ଦିଆଯାଇଥିଲା ଏବଂ ସମସ୍ତଙ୍କର ଜୀବନବୀମା ଲାଗି ଆବେଦନ ପତ୍ର ସ୍ବାକ୍ଷର କରାଯାଇଥିଲା ଏହି ସଭା ରେ ଧର୍ମଶାଳାର ଜରକା, କାଏମା,ଥାନୁଆଳ, ଅଭୟପୁର, କୁମାରୀ,ଚୋରମୁହାଁ,ଚହଟା, ଭୁବନ ପଂଚାୟତ ର ୧୦୦ ରୁ ଉର୍ଦ୍ଧ୍ବ ରିକ୍ସା ଓ ଟ୍ରଲି ଚାଳକ ଯୋଗ ଦେଇଥିଲେ ଏହି କାର୍ଯ୍ୟକାରିଣୀ ରେ ପାଞ୍ଚୋଟି ବିଷୟ ଉପରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ ହୋଇଥିଲା ଆଗାମୀ ଦିନ ରେ ମହାସଂଘର ନାର୍ଯ୍ୟ ଦାବି ସରକାରଙ୍କ ପାଖ ରେ ଉପସ୍ଥାପିତ କରାଯିବ ବୋଲି ସଭାପତି ପ୍ରତିଶୃତି ଦେଇଥିଲେ। ଏହି ସଭା ରେ ବିଷ୍ଣୁ ମଳିକ,ଭାସ୍କର ମଳିକ,ଶେଖ ଚାନ୍ଦ,ଶେଖ ସାଜନ,ଝଳିଆ ମଳିକ, ଅନେକ ସଭ୍ୟ ମତାମତ ଦେଇଥିଲେ ଓ ଶେଷରେ ଅନ୍ୟତମ କର୍ମକର୍ତା ଅନିଲ ସ୍ଵାଇଁ ଧନ୍ୟବାଦ ଦେଇଥିଲେ।