ଧର୍ମଶାଳା କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ।

0 221

ଉଲୁଣ୍ଡା ,୧୨/୦୮(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ବାଗତ ସମ୍ବର୍ଦ୍ଧନା ସମାରୋହ -୨୦୨୩ ଅନୁଷ୍ଠିତ ହୋଇ ଯାଇଅଛି ।ଦ୍ବିତୀୟ ବର୍ଷ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ଆୟୋଜିତ ଏଇ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ପ୍ରଥମ ବର୍ଷ ଛାତ୍ର ଛାତ୍ରୀମାନଙ୍କୁ ସମର୍ପିତ ସାଂସ୍କୃତିକ ସଭାରେ ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।ପ୍ରାଧ୍ୟାପକ ସୌମିତ୍ରି ପ୍ରଧାନ ,ଅତିଥି ଭାବରେ ଯୋଗଦେଇ ସ୍ବାଗତ ଶୁଭେଚ୍ଛା ବାର୍ତା ଦେଇଥିଲେ ।ଖେଳ ଶିକ୍ଷକ ଶ୍ରୀ ଗୋବିନ୍ଦ ପ୍ରଧାନ, ଗଦାଧର ପ୍ରଧାନ ଏବଂ ବିଭୀଷଣ ପ୍ରଧାନଙ୍କ ତତ୍ବାବଧାନରେ ଉଭୟ ବର୍ଷର ଛାତ୍ର ଛାତ୍ରୀମାନେ ନୃତ୍ୟ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.