ଧର୍ମପରାୟଣ ମହିଳାଙ୍କ ପରଲୋକ ।

0 171

ବେଲଗୁଣ୍ଠା,୨୮/୦୯(ପିପିଟି); ଧରାକୋଟ କୋଠାରୀ ସାହିର ବିପିନ ବିହାରୀ ଶତପଥୀଙ୍କ ସ୍ତୀ ଲକ୍ଷ୍ମୀ ପ୍ରିୟା ଶତପଥୀ (୫୬)ଙ୍କ ଧରାକୋଟ ସ୍ଥିତ ନିଜ ବାସଭବନରେ ରବିବାର ସ.ନ୍ଧ୍ୟା ଛଅ ଘଣ୍ଟ ପଚାଶ ମିନିଟ୍ ସମୟରେ ଦେହାନ୍ତ ହୋଇଯାଇଛି । ସେ କିଛି ଦିନ ହେବ ସ୍ଵାସ୍ଥ୍ୟ ଖରାପ ଥିବାରୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ I ଆଜି ମେଡିକାଲ୍ ରୁ ଆସି ନିଜ ଘରେ ପହଞ୍ଚିବାର ମାତ୍ର ଅଧ ଘଣ୍ଟା ପରେ ମହିଳାଙ୍କ ମୃତ୍ୟୁ ଘଟିଛି । ସ୍ଵର୍ଗତ ଲକ୍ଷ୍ମୀ ଅଞ୍ଚଳର ଜଣେ ପରୋପକାରୀ ଓ ଦୁଃଖୀରଙ୍କିଙ୍କ ପେଟ ଚିହ୍ନି ପାରୁଥିବା ଅନ୍ନଦାତ୍ରୀ ମହିଳା ଥିଲେ । ଗତ ଦୁଇବର୍ଷ ତଳେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ସାନ ପୁଅ ମିଟୁନ୍ ଗୁରୁତର ଆହତ ହୋଇ କୋମା ଅବସ୍ଥାକୁ ଚାଲିଯାଇଛି । ପଚିଶ ବର୍ଷର ଭେଣ୍ଡା ପୁଅ ମିଟୁନ୍ ଦୁଇ ବର୍ଷ ହେଲା କୋମା ଅବସ୍ଥାରେ ଶଯ୍ୟାଶାୟୀ ଥିବାରୁ ତା’ ର ସେବା ଶୁଶ୍ରୁଷା କରିବା ସହ ପୁଅର ଆରୋଗ୍ୟ ପାଇଁ ସବୁବେଳେ ଚିନ୍ତିତ ରହୁଥିଲେ । ପୁଅକୁ ଭଲ କରିବା ପାଇଁ ଶେଷରେ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଆଜି ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆସି ତାଙ୍କର ଶେଷ ଦର୍ଶନ କରିଥିଲେ । ସହ ସହ ମହିଳା ତାଙ୍କୁ ଶେଷ ଦର୍ଶନ କରିବାକୁ ଆସିଥିବାରୁ କୋଭିଡ ନିୟମ ମାନି ସମସ୍ତଙ୍କୁ ଫେରିଯିବାକୁ ଅନୁରୋଧ କରାଯାଇଥିବା ଦେଖିବାକୁ ମିଳିଥିଲା । ମୃତ୍ୟୁ ଶଯ୍ୟା ନିକଟରେ ସ୍ଵାମୀ ବିପିନ, ପୁଅ ଅଜିତ, ମନୋଜ, ମିଟୁନ୍, ଝିଅ ଲୀନା, ଭଣଜା ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୂମ୍ନ ପାତ୍ରଙ୍କ ସମେତ ଭାଇ, ଭଉଣୀ, ନାତି, ନାତୁଣୀ, ବୋହୂ ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ଏକ ଶୋଭା ଯାତ୍ରାରେ ତାଙ୍କ ମର ଶରୀରକୁ ନେଇ ରୁଷୀକୁଲ୍ୟା ନଦୀ ପଠା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ବଡ ପୁଅ ଅଜିତ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ଧରାକୋଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । (ରିପୋର୍ଟ – ଶିବରାମ ଚୌଧୁରୀ ।)

Leave A Reply

Your email address will not be published.