ପୋଲସରା, ୧୧/୦୯(ପିପିଟି): ଧନେଇ ଡ୍ଯାମ ରେ ବନ୍ଯାଜଳ ନିଷ୍କାସିତ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ବିଜ୍ଞପ୍ତି ସଂଖ୍ଯା- ୨୯୩, ତା- ୧୧/୦୯/୨୦୨୧ ରେ ବନ୍ଯାଜଳ ନିଷ୍କାସିତ ସମ୍ପର୍କରେ ସୂଚନା ଦିଆଯାଇଛି। ପତ୍ର ସଂଖ୍ଯା- ୨୯୪ ରେ ମୁଖ୍ଯଯନ୍ତ୍ରୀ,ଅତିରିକ୍ତ ମୁଖ୍ଯଯନ୍ତ୍ରୀ, ଅଧ୍ଯକ୍ଷଣ ଯନ୍ତ୍ରୀ,ନିର୍ବାହୀ ଅଧିକାରୀ ପୋଲସରା ଏନ୍ଏସି,ତହସିଲଦାର, ଆସ୍କା/ପୋଲସରା/କବିସୂର୍ଯ୍ୟନଗର, ବିଡିଓ, ଆସିକା/ପୋଲସରା/କବିସୂର୍ଯ୍ୟନଗର, ଥାନା ଅଧିକାରୀ,ଆସିକା/ପୋଲସରା/କବିସୂର୍ଯ୍ୟନଗର, ଅଗ୍ନିଶମ ବିଭାଗ, ଆସିକା/ପୋଲସରା/କବିସୂର୍ଯ୍ୟନଗର ସମେତ ଭାବରଡା, ତେନ୍ତୁଳିଆ,ମଧୁପଲ୍ଲୀ,ନିମିନା,ଜକର, କଳମ୍ବ, ଘୋଡାପଲାଣ ଓ ପାଇକଯମୁନା ସରପଞ୍ଚଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ, ଧନେଇ ଜଳସେଚନ ଉପପ୍ରଭାଗ, ଚିରିକିପଡା ଶାସନ, ଗଞ୍ଜାମ ଅବଗତ କରାଛନ୍ତି। ଧନେଇ ଜଳସେଚନ ପ୍ରକଳ୍ପରେ ଜଳଧାରଣ କ୍ଷମତା ଏଫଆଆରଏଲ ୮୮.୭୦ ଏମ୍ ସ୍ଥାନରେ ବର୍ତ୍ତମାନ ଜଣ ଧାରଣ କ୍ଷମତା ୮୮.୬୮ ଏମ୍ ରେ ପହଞ୍ଚିଲାଣି। ତେଣୁ ବନ୍ଧର ସୁରକ୍ଷା କାରଣରୁ ବନ୍ଯାଜଳ ଧନେଇ ନଦୀ ମାଧ୍ୟମରେ ନିଷ୍କାସିତ ହେବ। ଧନେଇ ନଦୀ କୂଳସ୍ଥ ଗ୍ରାମ ଗୁଡିକର ଜନସାଧାରଣ ସତର୍କ ରହିବା ପାଇଁ କୁହାଯାଇଛି।