ମାଲକାନଗିରି,ତା:୧୫/୦୯(ପିପିଟି) ଇଂରାଜୀ ବିଷୟରେ ଆଜି ଦ୍ବିତୀୟ ଦିନର ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ସପ୍ଲିମେଣ୍ଟ ପରୀକ୍ଷା ଶୃଙ୍ଖଳିତ ଭାବେ ଶେଷ ହୋଇଛି । କୋଭିଡ ନିୟନ ଅନୁସାରେ ମେଡିକଲ କର୍ମଚାରୀମାନେ ପରୀକ୍ଷାର୍ଥିମାନଙ୍କୁ ଯାଞ୍ଚ କରି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପାଇଁ ଅନୁମତି ଦେଇଥିଲେ । ପରୀକ୍ଷା କେନ୍ଦ୍ରଗୁଡିକୁ ପ୍ରଥମେ ସାନିଟାଇଜ କରାଯାଇଥିଲା ବେଳେ ପରୀକ୍ଷାର୍ଥିମାନେ ମୁହଁରେ ମାସ୍କ ପରିଧାନ କରିବା ସହ ହାତକୁ ସାନିଟାଇଜ କରାଯାଇଥିଲା । ଏହା ଛଡା ସାମାଜିକ ଦୂରତ୍ବ ମଧ୍ଯ ରକ୍ଷା କରାଯାଇ ପରୀକ୍ଷାରେ ଛାତ୍ରଛତ୍ରୀମାନଙ୍କୁ ନିଜ ନିଜ ଆସନରେ ବସା ଯାଇଥିଲା ।ମାଲକାନଗିରି ଜିଲ୍ଲାରେ ଦଶମ ସମ୍ଲିମେଣ୍ଟ ପରୀକ୍ଷା ଲାଗି କାଲିମେଳା ସରକାରୀ ଉଚ୍ଚ ବିଦ୍ଯାଳୟ, ବାଲିମେଳା ସରକାରୀ ଉଚ୍ଚ ବିଦ୍ଯାଳୟ,ମାଲକାନଗିରି ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ ଏବଂ ମାଲକାନଗିରି ସରକାରୀ ବାଳକ ଉଚ୍ଚ ବିଦ୍ଯାଳୟ ଆଦି ଚାରି ଗୋଟି କେନ୍ଦ୍ର ନିର୍ଦ୍ଧାରିତ କରାଯାଇଥିବା ବେଳେ ସତୀଗୁଡା ଏସଏସଡି ଉଚ୍ଚ ବିଦ୍ଯାଳୟରେ ଓଡିଶ ମୁକ୍ତ ବିଦ୍ଯାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଅଲଗା କେନ୍ଦ୍ର ନିର୍ଦ୍ଧାରିତ କରାଯାଇଛି । କାଲିମେଳା ପରୀକ୍ଷା କେନ୍ଦ୍ରରେ ୧୩୩ ପରୀକ୍ଷାର୍ଥିଙ୍କ ମଧ୍ଯରୁ ୧୨୫ ଜଣ ପରୀକ୍ଷା ଦେଇଥିବା ବେଳେ ୮ ଜଣ ଅନୁପସ୍ଥିତ ଥିଲେ । ବାଲିମେଳା ପରୀକ୍ଷା କେନ୍ଦ୍ରରେ ୧୩୧ ପରୀକ୍ଷାର୍ଥିଙ୍କ ମଧ୍ଯରୁ ୧୨୨ ଜଣ ପରୀକ୍ଷା ଦେଇଥିବା ବେଳେ ୯ ଜଣ ଅନୁପସ୍ଥିତ ଥିଲେ । ସେହିପରି ମାଲକାନଗିରି ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ ପରୀକ୍ଷା କେନ୍ଦ୍ରରେ ୧୧୬ ଜଣ ପରୀକ୍ଷାର୍ଥିଙ୍କ ମଧ୍ଯରୁ ୧୦୩ ଜଣ ପରୀକ୍ଷା ଦେଇଥିବା ବେଳେ ୧୩ଜଣ ଅନୁପସ୍ଥିତ ଥିଲେ । ସେହିପରି ମାଲକାନଗିରି ସରକାରୀ ବାଳକ ଉଚ୍ଚ ବିଦ୍ଯାଳୟ ପରୀକ୍ଷା କେନ୍ଦ୍ରରେ ୧୩୨ରପୟୁ ୧୨୫ ଜଣ ପରୀକ୍ଷାର୍ଥିଙ୍କ ମଧ୍ଯରୁ ୭ଜଣ ଅନୁପସ୍ଥିତ ଥିବା ଜଣା ପଡିଛି । ଅନ୍ଯପକ୍ଷରେ ସତୀଗୁଡା ଏସଏସଡି ଉଚ୍ଚ ବିଦ୍ଯାଳୟ ପରୀକ୍ଷା କେନ୍ଦ୍ରରେ ମୁକ୍ତ ବିଦ୍ଯାଳୟରେ ୧୫୦ ପରୀକ୍ଷାର୍ଥିଙ୍କ ମଧ୍ଯରୁ ୧୩୮ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୨ ଜଣ ଅନୁପସ୍ଥିତ ଥିଲେ । ସର୍ବମୋଟ ମାଲକାନଗିରି ଜିଲ୍ଲାରେ ୧୦ମ ସପ୍ଲିମେଣ୍ଟ ପରୀକ୍ଷା ପାଇଁ ୫୧୨ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ଆଜି ୩୭ ଜଣ ପରୀକ୍ଷାର୍ଥି ଅନୁପସ୍ଥି ରହିଥିବା ଜଣା ପଡିଛି । ତେବେ ୪୭୫ ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଚ ପରୀକ୍ଷା ପ୍ରଦାନ କରିଛନ୍ତି । ୨ୟ ଦିନର ପରୀକ୍ଷା ଇଂରାଜୀ ବିଷୟ ଥିବାରୁ ଛାତ୍ରଛାତ୍ରୀମାନେ ଭଲ ଉତ୍ତର ଲେଖିବା ନଥିବା କୁହାଯାଇଛି । ତଥାପି କୌଣସି ପରୀକ୍ଷା କେନ୍ଦ୍ରରେ କପି ଞରା ପଡି ନଥିବା ବେଳେ କୌଣସି ପରୀକ୍ଷା କେନ୍ଦ୍ରରେ ବିଶୃଙ୍ଖଳା ଦେଖା ଦେଇନଥିବା ସୂଚନା ମିଳିଛି । ଏହି ପରୀକ୍ଷା ସକାଳ ୧୦ ଘଟିକା ସମୟରୁ ଆରମ୍ଭ ହୋଇ ଦିନ ୧୨ ଘଟିକାରେ ସମାପ୍ତ ହୋଇଛି । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)