ବେଲଗୁଣ୍ଠା,୧୬/୦୭(ପିପିଟି);ବେଲଗୁଣ୍ଠା ଦେଶୀ ମଦ ଭାଟିରେ କାମ କରୁଥିବା ଜଣେ କର୍ମଚାରୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ମୃତ କର୍ମଚାରୀଙ୍କ ନାମ ବିକୁ କୁମାର (୨୬) ।ଗତକାଲି ସଂଧ୍ୟାରେ ସେ କୌଣସି କାରଣରୁ ଏକ ପ୍ଳାଷ୍ଟିକ୍ ଡ୍ରମ୍ ଉପରେ ଚଢ଼ି ବେକରେ ରସି ଲଗାଇ ଝୁଲି ପଡିଥିଲା ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ କରାଇ ମୃତ ବିକୁର ଭାଇ ନିତିଶ କୁମାର ଗୁପ୍ତା ଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି । ଏ ନେଇ ବେଲଗୁଣ୍ଠା ଥାନାରେ ୧୪/୨୧ରେ ଏକ ମାମଲା ରୁଜ୍ଜୁ କରାଯାଇ ଘଟଣାର ତଦନ୍ତ ଚଳାଇଥିବା ଥାନାଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )