ମାଲକାନଗିରି,୨୫/୦୪(ପିପିଟି): ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଆଜି ଏକ ଦେଶୀ ଡଙ୍ଗା ଓଲଟି ପଡିବା ଯୋଗୁଁ ଗଭୀର ଜଳରେ ବୁଡି ୨ ଜଣ ନିଖୋଜ ରହିଥିବା ଜଣା ପଡିଛି। ସେହି ନିଖୋଜ ୨ଜଣ ହେଲେ ଜଗନ୍ନାଥ ପଲାସି ( ୧୬ ) ଓ ପିତମ୍ ମୁଦୁଲି । ଆଜି ନରିଙ୍ଗଝୋଲା ସାପ୍ତାହିକ ହାଟରୁ ସେମାନେ ଫେରୁବା ବେଳେ ଏକ ଦେଶୀ ଡଙ୍ଗରେ ବସି ଯାତ୍ର କରୁଥିଲେ । ଡଙ୍ଗାରେ ୩ ଜଣ ଓରାପଦର ଫେରିବା ସମୟରେ ଜଳ ଭଣ୍ଡାର ମଝିରେ ପବନ ଜୋରରେ ବହିଥିଲା । ଫଳରେ ମୋଟର ଚାଳିତ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡଙ୍ଗାରେ ବସିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ପହଁରି ପହଁରି କୂଳରେ ପହଞ୍ଚି ଥିବା ବେଳେ, ଅନ୍ୟ ଦୁଇ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଘଟଣା ସ୍ଥଳରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଓ ଦମକଳ ବାହିନୀ ପହଞ୍ଚି ନିଖୋଜ ୨ ଜଣଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)