ଦେଶରେ ୨୯୪୨୯ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୨୦୫୭୨ ଏବଂ ମୃତ ସଂଖ୍ୟା ୫୮୨ ।

0 964

ନୂଆଦିଲ୍ଲୀ,୧୫/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସକାଳ ସୁଦ୍ଧା ୨୯୪୨୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୨୦୫୭୨ ଏବଂ  ୫୮୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୯,୩୬,୧୮୧ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪,୩୦୯ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୫,୯୨,୦୩୨ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୨,୬୭,୬୬୫ ଆକ୍ରାନ୍ତ, ୧,୪୯,୦୦୭ ସୁସ୍ଥ ଏବଂ ୧୦୬୯୫ ମୃତ । ତାମିଲନାଡୁରେ ୧,୪୭,୩୨୪ ଆକ୍ରାନ୍ତ, ୯୭,୩୧୦ ସୁସ୍ଥ ଏବଂ ୨୦୯୯ ମୃତ । ଦିଲ୍ଲୀରେ ୧,୧୫,୩୪୬ ଆକ୍ରାନ୍ତ, ୯୩,୨୩୬ ସୁସ୍ଥ ଏବଂ ୩୪୪୬ ମୃତ । କର୍ଣ୍ଣାଟକରେ ୪୪,୦୭୭ ଆକ୍ରାନ୍ତ,୧୭,୩୯୦ ସୁସ୍ଥ ଏବଂ ୮୪୨ ମୃତ । ଗୁଜୁରାଟରେ ୪୩,୬୩୭ ଆକ୍ରାନ୍ତ, ୩୦,୫୦୩ ସୁସ୍ଥ ଏବଂ ୨୦୬୯ ମୃତ । ଉତ୍ତରପ୍ରଦେଶ ରେ  ୩୯,୭୨୪ ଆକ୍ରାନ୍ତ,୨୪,୯୮୩ ସୁସ୍ଥ ଏବଂ ୯୮୩ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.