ଦେଶରେ ପଞ୍ଚମ ସ୍ଥାନରେ ଓଡିଶା ଆଦର୍ଶ ବିଦ୍ୟାଳୟ ହାତୀଓଟ ଓ ପଥରଚେପା।

0 2,098

ଭୁବନେଶ୍ବର,୧୨/୧୧: ଦେଶର ଶ୍ରେଷ୍ଠ ୧୦ ସରକାରୀ ବିଦ୍ୟାଳୟ ତାଲିକାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାନ ପାଇଛି। ଏଜୁକେସନ ୱାଲର୍ଡ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଭାରତୀୟ ସ୍କୁଲ ରାଙ୍କିଙ୍ଗ ୨୦୨୦-୨୧ ରେ ଓଡିଶାର ଦୁଇଟି ଆଦର୍ଶ ବିଦ୍ୟାଳୟ ବିଭିନ୍ନ ବର୍ଗର ଶ୍ରେଷ୍ଠ ୫ ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ୫ମ ସ୍ଥାନ ମିଳିଛି। ସେହିପରି ଆବାସିକ ବର୍ଗରେ ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଥରଚେପା ଓଡିଶା ଆଦର୍ଶ ବିଦ୍ୟାଳୟକୁ ୫ମ ସ୍ଥାନ ମିଳିଛି। ଏଭଳି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ସୂଚନା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା କ୍ଷେତ୍ରରେ ଓଡିଶା ଆଦର୍ଶ ବିଦ୍ୟାଳୟ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହି ସଫଳତା ପାଇଁ ଗଞ୍ଜାମ ଆଦର୍ଶ ବିଦ୍ୟାଳୟ ଟିମ୍ ସମ୍ପୂର୍ଣ୍ଣ ବୃତ୍ତିଗତ ବୋଲି ଜିଲ୍ଲା ପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓଡିଶା ଆଦର୍ଶ ବିଦ୍ୟାଳୟର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ଆଦର୍ଶ ବିଦ୍ୟାଳୟର ଟିମ୍ ଓ ଛାତଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.