ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୭୮,୫୧୨; ୨୪ ଘଣ୍ଟାରେ ସୁସ୍ଥ ୬୦,୮୬୮ ଏବଂ ମୃତ ସଂଖ୍ୟା ୯୭୧ ।

0 1,131

ନୂଆଦିଲ୍ଲୀ,୩୧/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୋମବାର ସୁଦ୍ଧା ନୂତନ ଆକ୍ରାନ୍ତ ୭୮,୫୧୨ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୬୦,୮୬୮ ଏବଂ ୯୭୧ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩,୬୨୧,୨୪୫ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪,୪୬୯ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨,୭୭୪,୮୦୧ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୭,୮୦,୬୮୯ ଆକ୍ରାନ୍ତ , ୫,୬୨,୪୦୧ ସୁସ୍ଥ ଏବଂ ୨୪,୩୯୯ ମୃତ । ଆନ୍ଧ୍ରପ୍ରଦେଶରେ ୪,୨୪,୭୬୭ ଆକ୍ରାନ୍ତ, ୩,୨୧,୭୫୪ ସୁସ୍ଥ ଏବଂ ୩,୮୮୪ ମୃତ । ତାମିଲନାଡୁରେ ୪,୨୨,୦୮୫ ଆକ୍ରାନ୍ତ, ୩,୬୨,୧୩୩ ସୁସ୍ଥ ଏବଂ ୭,୨୩୧ ମୃତ । କର୍ଣ୍ଣାଟକରେ ୩,୩୫,୯୨୮ ଆକ୍ରାନ୍ତ,୨,୪୨,୨୨୯ ସୁସ୍ଥ ଏବଂ ୫,୫୮୯ ମୃତ । ଉତ୍ତରପ୍ରଦେଶ ୨,୨୫,୬୩୨, ଆକ୍ରାନ୍ତ,୧,୬୭,୫୪୩ ସୁସ୍ଥ ଏବଂ ୩,୪୨୩ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.