ନୂଆଦିଲ୍ଲୀ,୧୬/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରବିବାର ସୁଦ୍ଧା ନୂତନ ଆକ୍ରାନ୍ତ ୬୩,୪୯୦ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୫୩,୩୨୨ ଏବଂ ୯୪୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨,୫୮୯,୬୮୨ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୯,୯୮୦ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧,୮୬୨,୨୫୮ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୫,୮୪,୭୫୪ ଆକ୍ରାନ୍ତ,୪,୦୮,୨୮୬ ସୁସ୍ଥ ଏବଂ ୧୯,୭୪୯ ମୃତ । ତାମିଲନାଡୁରେ ୩,୩୨,୧୦୫ ଆକ୍ରାନ୍ତ, ୨,୭୨,୨୫୧ ସୁସ୍ଥ ଏବଂ ୫,୬୪୧ ମୃତ । ଆନ୍ଧ୍ରପ୍ରଦେଶରେ ୨,୮୧,୮୧୭ ଆକ୍ରାନ୍ତ, ୧,୯୧,୧୧୭ ସୁସ୍ଥ ଏବଂ ୨,୫୬୨ ମୃତ । କର୍ଣ୍ଣାଟକରେ ୨,୧୯,୯୨୬ ଆକ୍ରାନ୍ତ,୧,୩୪,୮୧୧ ସୁସ୍ଥ ଏବଂ ୩,୮୩୧ ମୃତ । ନୂଆଦିଲ୍ଲୀରେ ୧,୫୧,୯୨୮, ଆକ୍ରାନ୍ତ,୧,୩୬,୨୫୧ ସୁସ୍ଥ ଏବଂ ୪,୧୮୮ ମୃତ । ଉତ୍ତରପ୍ରଦେଶ ରେ ୧,୫୦,୦୬୧ ଆକ୍ରାନ୍ତ ,୯୬,୨୩୧, ସୁସ୍ଥ ଏବଂ ୨,୩୯୩ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।