ଦୁର୍ବୃତ୍ତଙ୍କ ଆକ୍ରମଣରେ ଖଜୁରୀପଡ଼ା ଯନ୍ତ୍ରୀ ଗୁରୁତର ଆହତ ।

0 243

କନ୍ଧମାଳ,୧୯/୦୭(ପିପିଟି): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକର ଯତ୍ନୀ ରବୀନାରାୟଣ ଲେଙ୍କା ଦୁର୍ବୃତ୍ତଙ୍କ ଆକ୍ରମଣ ରେ ଗୁରୁତର ଆହତ ହୋଇଛନ୍ତି ।ଇଞ୍ଜିନିୟର ଶ୍ରୀ ଲେଙ୍କା ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ସମୟରେ ସେହି ଅଞ୍ଚଳର ରଞ୍ଜିତ ସାଶମଲ ନାମକ ଜଣେ ଯୁବକ ଅତର୍କିତ ପଥର ମାଡ କରିବାରୁ ତାଙ୍କର ମୁଣ୍ଡ ଫାଟି ଯାଇ ପ୍ରବଳ ରକ୍ତ ବାହାରିଥିଲା | ଏହି ସମୟରେ ତାଙ୍କ ଅଫିସ କର୍ମଚାରୀ ମାନେ ତୁରନ୍ତ ଡାକ୍ତରଖାନା ନେଇ ଭର୍ତ୍ତି କରାଇ ଥିଲେ । ବ୍ଳକ ଅଧ୍ଯକ୍ଷା ଅନୀମା କହଁର, ବିଡ଼ିଓ ସହକାରୀ ଯନ୍ତ୍ରୀ ପ୍ରମୁଖ ଡାକ୍ତରଖାନା ଯାଇ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ I ତେବେ ଦୁର୍ବୃତ୍ତ ଜଣଙ୍କ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା I ଯାହା ସୂଚନା ରହିଛି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାର ନାଁ ନଥିବା ରୁ ସେ ଏହି ଆକ୍ରମଣ କରିଥିବା ଶୁଣିବାକୁ ମିଳିଛି I ଗତ ଦୁଇଦିନ ପୂର୍ବରୁ ସେ ଯତ୍ନୀ ଲେଙ୍କାଙ୍କୁ ଧମକ ଦେଇଥିବା ବେଳେ ଆଜି ଆକ୍ରମଣ କରିଥିଲା I ପୋଲିସ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ବ୍ଲକ୍ କର୍ମଚାରୀ ମାନେ ଦାବୀ କରିଛନ୍ତି ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.