ବାଲିଗୁଡା,୨୮/୧୧(ପିପିଟି): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ନୂଆସାହିର ପ୍ରତକ୍ଷ୍ଯ ତତ୍ୱାବଧାନରେ ନବ ଗଠିତ ମା ଦୁର୍ଗା ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ଯୁବ ମଞ୍ଚର ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଆସନ୍ତାକାଲି ୨୯ ତାରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ ବୋଲି ଗ୍ରାମ୍ୟ କମିଟି ସଭାପତି ଲଳିତ ପାତ୍ର ଜଣାଇଛନ୍ତି । ଏଥିରେ ତିନୋଟି ୱାର୍ଡର ଜନ ସାଧାରଣ ଯୋଗଦେବାକୁ ନିବେଦନ କରିଛନ୍ତି । ବାଲିଗୁଡା ରେ ଦୁର୍ନୀତି ବିରୋଧୀ ମଞ୍ଚ ଗଠନ ପରେ ଏନ.ଏ.ସି ର ଅନ୍ୟାନ୍ୟ ୱାର୍ଡ ରେ କମିଟି ଗଠିତ ହେଉଛି ସମସ୍ତ ୱାର୍ଡରେ କମିଟି ଗଠନ ପରେ ପର୍ଯ୍ୟାୟ କ୍ରମେ ବାଲିଗୁଡା ସହରରେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମିଳିତ ମହାମଞ୍ଚ ଗଠନ ହେବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ବାଲିଗୁଡା ରେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ଗଠନ ପରେ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ସମ୍ପୃକ୍ତଥିବା ବ୍ୟକ୍ତି ବିଶେଷଙ୍କ ନିଦ ହଜିଯାଇଛି । କୁ-ଚକ୍ରୀଗୋଷ୍ଠୀ ସୋସିଆଲ ମିଡ଼ିଆ ମାଧ୍ୟମରେ ଏହାକୁ ଭଣ୍ଡୁର କରିବାପାଇଁ ରାଜନୈତିକ ରଙ୍ଗ ଦେବାକୁ ଅପଚେଷ୍ଟା କରୁଥିବା ବେଳେ ଏହାକୁ ନେଇ ଆଦୌ ବିଚଳିତ ନଥିବା କହିଛନ୍ତି ସଭାପତି ଲଳିତ ପାତ୍ର ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)