ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ଶପଥପାଠ ।

0 1,156

ଛତ୍ରପୁର,ତା.୨୭/୧୦(ପିପିଟି); ଗଞ୍ଜାମ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚଳିତ ମାସ ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ଚଳିତ ବର୍ଷର ବିଷୟ ବସ୍ତୁ ସତର୍କ ଭାରତ, ସମୃଦ୍ଧ ଭାରତ ରଖା ଯାଇଛି । ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ପୌରୋହିତ୍ୟରେ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଶପଥପାଠ କରାଇ ଦୁର୍ନୀତି ନିବାରଣ ଦିଗରେ ସରକାରଙ୍କ ଦ୍ବାରା କରାଯାଉଥିବା ସମସ୍ତ ବ୍ୟବସ୍ଥାକୁ କଡାକଡି ପାଳନ କରିବା ଉପରେ ଗୁରୁତ୍ବ ଦେଇଥିଲେ । ଦେଶ ପ୍ରଗତି ପଥରେ ଦୁର୍ନୀତି ବାଧକ ସାଜୁଛି ଏଣୁ ଦୁର୍ନୀତି ସମ୍ପୂର୍ଣ୍ଣ ହଟିଲେ ଦେଶ ପ୍ରଗତି ଦିଗରେ ଅଗ୍ରସର ହେବ । ଏ ଦିଗରେ ସମସ୍ତ ନାଗରିକ ସଚେତନ ହେବା ଜରୁରୀ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଚଳିତ ବର୍ଷର “Vigilant India, Prosperous India”/ “ ସତର୍କ ଭାରତ, ସମୃଦ୍ଧ ଭାରତ” ବିଷୟ ବସ୍ତୁକୁ ନେଇ ବ୍ରହ୍ମପୁର ଡିଭିଜନ୍ ଭିଜିଲାନସ୍ ବିଭାଗ ଆନୁକୂଲ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ସମସ୍ତ କର୍ମଚାରୀ ଏବଂ କର୍ମଚାରୀ ମାନଙ୍କ ପରିବାର ବର୍ଗଙ୍କ ସଦସ୍ୟଗଣ ଅଂଶଗ୍ରହଣ କରିପାରିବେ । କୋଭିଡ୍ କଟକଣା ଯୋଗୁଁ ଚଳିତ ବର୍ଷର ଏହି ପ୍ରତିଯୋଗିତାଟି ହ୍ବାଟ୍ସ ଆପ୍ ରେ ଅନୁଷ୍ଠିତ ହେବ । ପ୍ରତିଯୋଗୀ ଓଡିଆ କିମ୍ବା ଇଂରାଜୀ ଭାଷା ଯେ କୌଣସି ଗୋଟିଏ ଭାଷାରେ ବକ୍ତୃତା ପ୍ରେରଣ କରିପାରିବେ । ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସକାଶେ ୩ ମିନିଟ୍ ସମୟସୀମା ମଧ୍ୟରେ ଏକ ଭିଡିଓ ରେକର୍ଡିଂ କରି ହ୍ବାଟ୍ସ ଆପ୍ ନମ୍ବର  14835 କୁ ଚଳିତ ମାସ ୩୦ ତାରିଖ ଦିନ ଦିବା ୧୦ ଘଣ୍ଟା ଠାରୁ ୧୧ ଘଣ୍ଟା ମଧ୍ୟରେ ପ୍ରତିଯୋଗୀ ସେମାନଙ୍କ ହ୍ବାଟ୍ସ ଆପ୍ ନମ୍ବରରୁ ପ୍ରେରଣ କରିବେ । ସବିଶେଷ ତଥ୍ୟ ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରୁ ଅବଗତ ହୋଇପାରିବେ । ଆଜି ଅନୁଷ୍ଠିତ ହୋଇଥିବା ଶପଥପାଠ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଡଃ ଦିବ୍ୟ ଲୋଟନ ମହାନ୍ତ, ଜିଲ୍ଲା ରାଜସ୍ବ ଅଧିକାରୀ ବିଜୟାନନ୍ଦ ସେଠୀ, ଡେପୁଟୀ କଲେକ୍ଟର ଶରତ କୁମାର ପାତ୍ର ପ୍ରମୁଖ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଶପଥ ପାଠ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଣ

Leave A Reply

Your email address will not be published.