ଦୁର୍ନୀତି ନିବାରଣ ସଚେତନତା ସପ୍ତାହ, ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶାସକ ଅଖଣ୍ଡତା ପ୍ରତିଶୃତି ଶପଥ ପାଠ କରାଇଥିଲେ ।

0 258

ଛତ୍ରପୁର,୩୧/୧୦(ପିପିଟି): ଦୁର୍ନୀତି ନିବାରଣ ସପ୍ତାହ ୩୧ ଅକ୍ଟୋବର ଠାରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ସଚେତନତାମୂଳକ କାର୍ଯ୍ୟକ୍ରମ ପାଳିତ ହେବ । ସୋମବାର ଭର୍ଚୁଆଲ ପ୍ଲାଟଫର୍ମରେ ଦୁର୍ନୀତି ନିବାରଣ ସଚେତନତା ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ପ୍ରଶାସନିକ ସ୍ତରରେ ଅଖଣ୍ଡତାର ପ୍ରତିଶୃତି ସମ୍ପର୍କରେ ଶପଥପାଠ କରାଇଥିଲେ । ଗଞ୍ଜାମ ଜିଲ୍ଲା ସ୍ତରରେ ଅନୁଷ୍ଠିତ ଏହି ଶପଥପାଠ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ପ୍ରୋବେସନାରୀ ଆଇ.ଏ.ଏସ୍. ଧୀନା, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ କୁମାର ମିଶ୍ର, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ସମେତ ବ୍ଲକ୍, ଉପଖଣ୍ଡ ସ୍ତରୀୟ ଅଧିକାରୀଗଣ ମଧ୍ୟ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଡି ହୋଇ ଶପଥ ପାଠ ନେଇଥିଲେ । ଶପଥପାଠ କରାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବକ୍ତବ୍ୟରେ ଅନୁପଯୁକ୍ତ ସମ୍ପତ୍ତି ମାମଲା ଚିହ୍ନଟ ଏବଂ ପଞ୍ଜିକରଣ କ୍ଷେତ୍ରରେ ଓଡିଶା ଭିଜିଲାନ୍ସ ପ୍ରଥମ ସ୍ଥାନ ଅଧିକାର କରିଥିବା ଅବଗତ କରାଇଥିଲେ । ଦୁର୍ନୀତି ମୁକାବିଲା ସକାଶେ ନିରନ୍ତର ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ଓଡିଶା ଭିଜିଲାନ୍ସକୁ ଅଭିନନ୍ଦନ ଜଣାଇଥିଲେ । ଜିଲ୍ଲାର ସମସ୍ତ ଉପଖଣ୍ଡରେ ସଚେତନତା ସପ୍ତାହ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗତା ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ସ୍ତରରେ ଆଗାମୀ ୨ ତାରିଖ ଦିନ ଛତ୍ରପୁର ଠାରେ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.