ଦୁର୍ନୀତି ନିବାରଣ ସଚେତନତା ସଭା ଓ ଶପଥପାଠ ଉତ୍ସବ ।

0 249

ଛତ୍ରପୁର,୨୯/୧୦(ପିପିଟି): ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସଂସ୍ଥା ଛତ୍ରପୁର ଶାଖା ଆନୁକୂଲ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ବ୍ଲକ୍ କଣମଣା ପଞ୍ଚାୟତ ଅନ୍ତର୍ଗତ ଟାକରିଆ ବ୍ରହ୍ମପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଚେତନତା ସଭା ଏବଂ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଦୁର୍ନୀତି ନିବାରଣ ବିଭାଗୀୟ ଡି.ଏସ୍.ପି. କ୍ରିଷ୍ଣା କୁମାରୀ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ଦୁର୍ନୀତି ନିବାରଣର ଆବଶ୍ୟକତା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କଣମଣା ସରପଞ୍ଚ ଏସ୍. ଚକ୍ରପାଣି ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନିଜ ବକ୍ତବ୍ୟରେ ଦୁର୍ନୀତି ବିରୁଦ୍ଧରେ ସମାଜର ପ୍ରତ୍ୟେକଙ୍କର ସ୍ବର ଉତ୍ତୋଳନ ହେବା ଉଚିତ୍ । ଉତ୍କୋଚ ନେବା ଓ ଦେବା ଉଭୟକୁ ଦଣ୍ଡନୀୟ ଅପରାଧ ବୋଲି ଦର୍ଶାଇଥିଲେ । ଲକ୍ଷ୍ମୀପୁର ସରପଞ୍ଚ ଏମ୍. ନୃସିଂହାଲୁ ରେଡ୍ଡୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସମାଜରେ ବିବାହ ଠାରୁ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତିର ଲୋପ ଦିଗରେ ସଚେତନ କରାଇଥିଲେ । କଣମଣା ସମିତି ସଭ୍ୟା ରଶ୍ମିତା ବେହେରା ଦୁର୍ନୀତିର ବିଲୋପ ସାଧନ ସକାଶେ ନାରୀ ମାନଙ୍କର ଭୂମିକା ଦିଗରେ ଆଲୋକପାତ କରିଥିଲେ । କ୍ୟୁରେସ୍ ଅନୁଷ୍ଠାନର ମୁଖ୍ୟ ତଥା ସାମାଜିକ କର୍ମୀ ଅରୁଣ କୁମାର ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ସମାଜରୁ ଦୁର୍ନୀତିର ମୂଳପୋଛ ଦିଗରେ ସମସ୍ତ ନାଗରିକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି ଅବସରରେ ଉକ୍ତ ସଚେତନତା ରାଲି ଟାକରିଆ ବ୍ରହ୍ମପୁର ଗ୍ରାମ ପରିଭ୍ରମଣ କରି ସଚେତନତାର ବାର୍ତ୍ତା ପ୍ରଚାର କରାଯାଇଥିଲା । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବେହେରା ସମସ୍ତ ନାଗରୀକଙ୍କୁ ସାଧୁତାର ଶପଥପାଠ କରାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଦୁର୍ନୀତି ନିବାରଣର କର୍ମଚାରୀ ଗୀତାଞ୍ଜଳୀ ରଥ, ବାବୁଲା ବିଷୋୟୀ, ଗ୍ରାମର ସମିତି ସଭ୍ୟା,ମହିଳା ସଂଘର ସଭ୍ୟାଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.