ଦୁର୍ନୀତିଗ୍ରସ୍ତ ଓ ଅପାରଗତା ପାଇଁ ଆଉ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ।

0 1,172

ଭୁବନେଶ୍ବର,୨୩/୦୩: ରାଜ୍ୟ ସରକାର ଦୁର୍ନୀତି ଓ ଅପାରଗତା ପାଇଁ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା – ଜଣେ ମୁଖ୍ୟଯନ୍ତ୍ରୀ, ୩ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର ଓ ୨ ଜଣ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଅନ୍ତର୍ଭୁକ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହି ୬ଜଣ ହେଲେ ସମ୍ବଲପୁର ଇଲେକ୍ଟ୍ରିକାଲ ମୁଖ୍ଯଯନ୍ତ୍ରୀ ସୁନୀଲ କୁମାର ପଣ୍ଡା,ବ୍ରହ୍ମପୁର ରୁରାଲ ୱାର୍କ୍ସ ଇଲେକ୍ଟ୍ରିକାଲ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ, ଭୁବନେଶ୍ବର ନିର୍ବାହୀ ଯନ୍ତ୍ରୀ ତଥା ଡେପୁଟି ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଦୀପକ କୁମାର ଭୂୟାଁ, ଭୁବନେଶ୍ବର ଇଲେକ୍ଟ୍ରିକାଲ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ମିଶ୍ର, ଗୁଣପୁର ବିଇଓ ଅନ୍ତର୍ଯ୍ଯାମୀ ବେହେରା ଓ ଗଜପତି ଜିଲ୍ଲାର ନୂଆଗଡ ବିଇଓ ବ୍ରଜ କୁମାର ନାୟକ।

Leave A Reply

Your email address will not be published.