ଦୁର୍ଘଟଣାରେ ବୃଦ୍ଧ ଗୁରୁତର ଆହତ ।

0 427

ବେଲଗୁଣ୍ଠା,୦୬/୦୩(ପିପିଟି); ଆଜି ରାତ୍ର ୮ ଘଣ୍ଟା ୪୦ ମିନିଟ୍ ସମୟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚକିତ୍ସିତ ହେଉଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଲକ୍ କୋକୋଲୁଣ୍ଡା ଗ୍ରାମର ସୁବାଷ ସାହୁ (୬୩) ବେଲଗୁଣ୍ଠାରେ ଏକ ପେଟ୍ରୋଲ୍ ପମ୍ପରେ କାମ କରନ୍ତି । ଆଜି ସନ୍ଧ୍ୟା ୮ ଘଣ୍ଟା ୪୦ ମିନିଟ୍ ସମୟରେ ସେ ବେଲଗୁଣ୍ଠାରୁ ନିଜ କାମ ସାରି ନିଜ ଗ୍ରାମ ଅଭିମୁଖେ ସାଇକେଲ୍ ରେ ଯାଉଥିବା ବେଳେ ଭୁବନେଶ୍ୱର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । କାର୍ ଧକ୍କା ଫଳରେ ଶ୍ରୀ ସାହୁ ରାସ୍ତା ଉପରେ ଛିଟିକି ତଳେ କଚାଡ଼ି ହୋଇ ପଡିବା ଫଳରେ ତାଙ୍କର ଗୋଡ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । କିଛି ସ୍ଥାନୀୟ ଲୋକେ ସୁବାଷଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଖବର ପାଇ ସୁବାଷଙ୍କ ଭାଇ ବସନ୍ତ କୁମାର ସାହୁ ମେଡ଼ିକାଲ୍ ରେ ପହଞ୍ଚିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.