ଦୁର୍ଘଟଣାରେ ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ରୋକ।

0 282

ମାଲକାନଗିରି,୨୨/୦୫(ପିପିଟି): ମାଲକାନଗିରି ଜିଲ୍ଲା ଗୋଟିଯୋଡି ଠାରୁ ପାଣ୍ଡ୍ରିପାଣି ମଧ୍ୟରେ ଏକ ବାଇକ ଏବଂ ଯାଇଲୋ ଗାଡି ମଧ୍ୟରେ ଦୁର୍ଘଟଣା ଘଟି ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ ଚାଳକ ଜଣକ ହେଲେ ଭାଲୁଗୁଡା ଗ୍ରାମର ଗୁରୁ ହନ୍ତାଳ । କ୍ଷତିପୂରଣ ଦାବିରେ ମୃତଦେହ ଜାତୀୟ ରାଜପଥରେ ଉପରେ ରଖି ଅଞ୍ଚଳର ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ମାଲକାନଗିରି ଜିଲ୍ଲା ଗୋଟିଯୋଡି ଗାଁ ନିକଟରେ ବାଇକ ଓ କାର ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଏଥିରେ ଗୁରୁ ହନ୍ତାଳ ନାମକ ଜଣେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଥିଲେ । ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ଲାଗି ମେଡିକାଲ ନିଆଯାଉଥୁବା ସମୟରେ ରାସ୍ତାରେ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । କ୍ଷତିପୂରଣ ଦାବୀରେ ଗାଁ ଲୋକେ ମୃତଦେହକୁ ରଖି ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ଗ୍ରାମବାସୀ ରାସ୍ତା ରୋକ କରିଛନ୍ତି । ଫଳରେ ମାଲକାନଗିରି ଠାରୁ ଜୟପୁର ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜ ପଥରେ ଅନେକ ଯାନ ବାହାନ ଅଟକି ରହିଛି । ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛନ୍ତି । ହେଲେ କାର ଚାଳକଙ୍କୁ ଗିରଫ ନକରାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଭାଲୁଗୁଡା ଗାଁ ଲୋକେ କହିଛନ୍ତି । ମୃତ ଗୁରୁ ହନ୍ତାଳ କାମ ସାରି ନିଜ ଗାଁ ଭାଲୁଗୁଡା ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସନ୍ଧ୍ୟା ୦୬ ଘାଣ୍ଟିକ ସୁଧା କୌଣସି ମିମାଂସା ହୋଇନଥିବା କିମ୍ବା ରାସ୍ତା ଅବରୋଧ ଥିବା ଜଣାପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.