ଦୁର୍ଘଟଣାରେ ଜୀବନ ହାରିଲେ ୮ ମାସର ଗର୍ଭବତୀ ମହିଳା ।

0 314

ବେଲଗୁଣ୍ଠା,୧୯/୦୯(ପିପିଟି): ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ କୁମ୍ପାପଡା ଛକ ଠାରୁ ମାତ୍ର ୩୦୦ ମିଟର ଦୂରରେ ଥିବା ରାଇସ ମିଲ ନିକଟ ବୁଲାଣି ରାସ୍ତାରେ ବାଇକ ଦୁର୍ଘଟଣା ଘଟି ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ସ୍ୱାମୀ ସୁଶାନ୍ତ ନାଇକ ଓ ସ୍ତ୍ରୀ ଅଶାନ୍ତି ନାଇକ ଏବଂ ଦୁଇ ଛୁଆଙ୍କୁ ନେଇ ନିଜ ବାଇକ ଯୋଗେ ଶ୍ରାଦ୍ଧ ଭୋଜି ଖାଇବାକୁ ସ୍ୱାମୀଙ୍କ ନିଜ ଘର ନାଉଖାଲ ଗ୍ରାମକୁ ଯାଇଥିଲେ । ଶ୍ରାଦ୍ଧ କାର୍ଯ୍ୟ ସାରି ନିଜ ଘର କୁମ୍ପାପଡା ନିକଟ ସୁଗୁମ ଗ୍ରାମକୁ ଫେରୁଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଦୁର୍ଘଟଣାରେ ଅଶାନ୍ତି ନାଇକଙ୍କ (୩୨)ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଆହତ ହୋଇଛନ୍ତି ଏବଂ ଦୁଇ ଛୁଆ ସୁରକ୍ଷିତ ଥିବା ସୂଚନା ମିଳିଛି । ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଅଶାନ୍ତିକୁ ଡାକ୍ତର ଅନିଲ କୁମାର ମାଝୀ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ଗର୍ଭରେ ଦୁଇଟି ସନ୍ତାନ ଥିବା ସ୍ୱାମୀ କହିଛନ୍ତି । ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇଦିଆଯାଇଥିବା ସୂଚନା ରହିଛି । ଜଗନ୍ନାଥ ପ୍ରସାଦ ଥାନା ପୋଲିସ ଏକ ଅପହୃତ ମାମଲା ରୁଜୁ କରିଥିବା ଏସଆଇ ସୁଶାନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)

Leave A Reply

Your email address will not be published.