ପୋଲସରା,୧୩/୦୬(ପିପିଟି); ପୋଲସରା ବ୍ଲକ ଅନ୍ତର୍ଗତ ବଡ ପଙ୍କଳବାଡ଼ି ଗ୍ରାମର ନରେନ୍ଦ୍ର ପଲେଇ (ବୟସ ୨୭) ୦୬.୦୬.୨୦୨୧ ତାରିଖ ଦିନ ବୁଗୁଡା ତାକରଡା ଛକ ଠାରେ ଗାଡ଼ି ଦୁର୍ଘଟଣାରେ ମସ୍ତିଷ୍କ ଆଘାତ ହୋଇ କୋମା ଅବସ୍ଥାରେ ଭୁବନେଶ୍ୱରର ସନ ସାଇନ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଆଜି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଭୁବନେଶ୍ୱର ସନ ସାଇନ ଘରୋଇ ହସ୍ପିଟାଲରେ ପହଞ୍ଚି ପଲେଇଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ଡାକ୍ତର ସହ ଆଲୋଚନା କରି ପଚାଶ ହଜାର (୫୦,୦୦୦) ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଏବଂ ଚିକିତ୍ସା ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।