ଦୁର୍ଗା ପୂଜା ନିମନ୍ତେ ବ୍ୟବସାୟୀ ସଂଘର ପ୍ରସ୍ତୁତି ବୈଠକ ।

0 186

ବ୍ରହ୍ମପୁର,୨୮/୦୯ : ଚଳିତ ବର୍ଷ ଦୁର୍ଗା ପୂଜା ଅନୁଷ୍ଠାନ ନିମନ୍ତେ ଜନାନା ହସ୍ପିଟାଲ୍ ରୋଡ ବ୍ୟବସାୟୀ ସଂଘ ତରଫରୁ ଏକ ପ୍ରସ୍ତୁତି ବୈଠକ ସଂଘ ସଭାପତି ଶରତ ଚନ୍ଦ୍ର ପାଢୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସୁବାରାଓ ଛକ ସ୍ଥିତ ନାୟକ ନିବାସ ଠାରେ ଅନୁଷ୍ଠିତ ହୋଇ ଯାଇଛି । କରୋନା ମହାମାରୀ ଜନିତ ସରକାରୀ କଟକଣା ମାନିବା ସହିତ ଦୁର୍ଗା ପୂଜା ବିଧିବତ୍ ପାଳନ କରାଯିବା ସମ୍ପର୍କରେ ନିଷ୍ପତି ନିଆଯାଇଥିଲା । ଏଥିରେ ବ୍ୟବସାୟୀ ସଂଘର ସର୍ବଶ୍ରୀ ରବୀନ୍ଦ୍ର ସାହୁ, ତ୍ରିପତି ନାୟକ, ଜୟକୃଷ୍ଣ ପଟ୍ଟନାୟକ, ମଙ୍ଗଳୁ ପାତ୍ର, ଶ୍ରୀନିବାସ ରାଓ, ଦଣ୍ଡପାଣି ନାୟକ, ରତିକାନ୍ତ ମିଶ୍ର, ନାଗ ରାଜୁ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଚଳିତ ବର୍ଷ ସରକାରୀ କଟକଣା ମାନିବା ସହ ଶୁଙ୍ଖଳାର ସହିତ ନବ ଦିନାତ୍ମକ ଦେବୀ ପୂଜା ସମାପନ ନିମନ୍ତେ କାର୍ଯ୍ୟକାରୀ କମିଟି ସଦସ୍ୟମାନେ ଦାୟିତ୍ଵସମ୍ପନ୍ନ ରହିବା ପାଇଁ ପରାମର୍ଶ ଦେବା ସହ ପରିଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ସଂଘ କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ।

Leave A Reply

Your email address will not be published.