ଦୁଇ ବର୍ଷ ଶିଶୁର ମୃତ ଦେହ ଉଦ୍ଧାର,ହତ୍ୟା ସନ୍ଦେହ !

0 684

କଳାହାଣ୍ଡି,(ପିପିଟି ନ୍ଯୁଜ୍)୨୨/୦୫,କଳାହାଣ୍ଡି  ଜିଲ୍ଲା ଜୁନାଗଡ଼ ଯାରୀଙ୍ଗ ଜଙ୍ଗଲ ମଧ୍ୟରେ ଦେଖିବାକୁ ମିଳିିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଏକ ବ୍ୟାଗ୍ ଭିତରୁ ଠାବ ହୋଇଛି ଏକ ଦୁଇ ବର୍ଷର କୋମଳମତି ଶିଶୁ ପୁତ୍ରର ମୃତ ଦେହ । ଜାରିଙ୍ଗ ଜଙ୍ଗଲ ଦେଇ ଯାଇଥିବା  ଜାତୀୟ ରାଜପଥ ଯାରିଙ୍ଗ ଛକ ନିକଟରେ ଉକ୍ତ ଶିଶୁପୁତ୍ରର ମୃତ ଦେହ ଠାବ କରାଯାଇଛି । କିଏ କାହିଁକି ଏକ ନିଷ୍ପାପ କୋମଳମତି ଶିଶୁକୁ ହତ୍ୟା କରି ଏକ କେରି ବ୍ୟାଗ୍ ଭିତରେ ଭର୍ତ୍ତି କରି ରାସ୍ତା କଡକୁ ଫିଙ୍ଗିଛି ବର୍ତ୍ତମାନ ତାହା ଅସ୍ପଷ୍ଟ ।  ଘଟଣା ସ୍ଥଳରେ ଜୁନାଗଡ଼ ଥାନାଧିକାରୀ ଉତ୍ତମ କୁମାର ସାହୁ ପହଞ୍ଚି ମୃତ ଶିଶୁପୁତ୍ରର ଶବକୁ ଉଦ୍ଧାର କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଶିଶୁଙ୍କ ଗ୍ରାମ ସଦର ଥାନା ଅନ୍ତର୍ଗତ ବରଝୋଲ ତିଳଯୋଡି ବୋଲି ଜଣାପଡିଛି ।
ରିପୋର୍ଟ – ବବୁଲୁ  ସାହୁ ।

Leave A Reply

Your email address will not be published.