ବ୍ରହ୍ମପୁର,୧୩/୦୮(ପିପିଟି):ଏହି ଦୁର୍ଘଟଣାରେ ଆସ୍କା ସାଂସଦଙ୍କ ପ୍ରତିନିଧି ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ହିଞ୍ଜିଳିକାଟୁ ମୁନିସିପାଲିଟି ର ବାସିନ୍ଦା ତଥା ଆସିକା ସାଂସଦଙ୍କ ପ୍ରତିନିଧି ନିଳମଣୀ ପଟ୍ଟନାୟକ ନିଜ ପରିବାର ନେଇ ଶେରଗଡ ଅଭିମୁଖେ ଶନି ମନ୍ଦିର ଯାଉଥିଲେ ନିଜ କାର ମହିନ୍ଦ୍ରା ମାରାଜୋ OD07AE-2626 ରେ ଯାତ୍ରା କରୁଥିଲେ। ଏହି ସମୟରେ ଶେରଗଡ ପଟୁ କାଟୁ ଅଭିମୁଖେ ଶେରଗଡ ଥାନା ଅନ୍ତର୍ଗତ ଧବଳପୁର ଗ୍ରାମର ସାମ୍ବାଦିକ ଦେବୀ ପ୍ରସାଦ ଦାସ (କୋକୋ) ନିଜ ହ୍ୟୁଣ୍ଡାଇ ଏକ୍ସସେଣ୍ଟ OD07Z-2927 ରେ ଯାତ୍ରା କରୁଥିଲେ । ଏହି ସମୟରେ ଶେରଗଡ ଥାନା ଧନନ୍ତର ପଞ୍ଚାୟତ ଅନ୍ତର୍ଗତ ସୁନାତର ଗ୍ରାମର ନାଥେଶ୍ବର ମନ୍ଦିର ସାମନାରେ ଉଭୟ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ରେ ସାଂସଦଙ୍କ ପ୍ରତିନିଧି ନିଳମଣୀ ପଟ୍ଟନାୟକ ଓ ତାଙ୍କ ପରିବାର ଦୁର୍ଘଟଣାର ଶିକାର ହୋଇଥିବା ବେଳେ ସେମାନେ ସାମାନ୍ୟ ଆହତ ହୋଇ ହିଞ୍ଜିଳିକାଟୁ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଅପରପକ୍ଷରେ ସାମ୍ବାଦିକ ଦେବୀ ପ୍ରସାଦ ଦାସ ଦୁର୍ଘଟଣାରେ ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଖବର ପାଈ ଶେରଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିବା କଥା ଜଣାପଡିଛି ।
(ରିପୋର୍ଟ- ଆରତ କୁମାର ହୋତା। )