ଦିଗପହଣ୍ଡି,୧୬ /୧୨(ପିପିଟି); ଦିଗପହଣ୍ଡି ବ୍ଲକ ଏସ୍.ଟିକରପଡା ପଞ୍ଚାୟତ ଅନ୍ତର୍ଗତ ଜୁଆଣ ପଲ୍ଲୀ ଗ୍ରାମରେ ଆଜକୁ ପ୍ରାୟ ୪ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ପାନୀୟ ଜଳ ଲୋକ ମାନଙ୍କୁ ଯୋଗାଇଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଏହା ଠିକ୍ ସେ ଲୋକ ମାନଙ୍କର କାମରେ ଆସିପାରୁନାହିଁ । ଆଜକୁ ପ୍ରାୟ ୪ ବର୍ଷ ତଳେ ଜୁଆଣପଲ୍ଲୀ ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ଦୂର କରିବାପାଇଁ ପାଇପ ମଧ୍ୟମ ରେ ଗ୍ରାମକୁ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଳ୍ପ କିଛି ଦିନ ଗଲାପରେ ପାଣି ଆଉ ଆସିଲାନାହିଁ । ଆଗରୁ ଲୋକେ ଯେମିତି ଅସୁବିଧା ଭୋଗୁଥିଲେ ଏବେ ମଧ୍ୟ ସେମିତି ଅସୁବିଧା । ଗ୍ରାମର କିଛି ଟ୍ୟାପ୍ ସେମିତି ଭଗ୍ନ ଅବସ୍ଥାରେ ପଡ଼ିରହିଛି । ଜଳ ଯୋଗାଣ ଅଧିକାରୀଙ୍କ ନଜର ମଧ୍ୟ ପଡୁନି । ଲୋକେ ପାଣି ପାଇଁ ହଟହଟା ।
(ରିପୋର୍ଟ- ଆରତ କୁମାର ହୋତା। )