ରଣପୁର,୨୬/୧୧(ପିପିଟି):କେନ୍ଦ୍ର ମୋଦୀ ସରକାରର କୃଷି କୃଷକ ସର୍ବନାସକାରି ତିନି କଳା କୃଷି ଆଇନ ପ୍ରତ୍ୟାହାର ଦାବୀରେ ଦିଲ୍ଲୀର ଚାଷୀ ଆନ୍ଦୋଳନ ଓ ଶ୍ରମିକ ବିରୋଧୀ ଚାରୋଟି ଶ୍ରମ କୋଡ଼ ବାତିଲି ଦାବୀରେ ଅନୁଷ୍ଠିତ ଶ୍ରମିକ ଧର୍ମଘଟର ଏକ ବର୍ଷ ପୁର୍ତ୍ତି ୨୬ ନଭେମ୍ବର ଦିବସରେ ରଣପୁର ପଞ୍ଚୁଦୋଳ ପଡିଆ ସହୀଦ ମଣ୍ଡପଠାରେ ଶ୍ରମିକ କୃଷକଙ୍କ ଏକ ମିଳିତ ପ୍ରତିବାଦସଭା ସାଥୀ ସୁରେଶ ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ମୋଦୀ ସରକାରର ଚାଷୀ -ଶ୍ରମିକ ବିରୋଧୀ ନୀତିକୁ ବକ୍ତା ମାନେ ତୀବ୍ର ସମାଲୋଚନା କରିଥିଲେ। ଆନ୍ଦୋଳନ କେବେବି ବିଫଳ ଯାଏନାହିଁ ବୋଲି ବକ୍ତା ମାନେ କହିବା ସହ ୭୦୦ ଚାଷୀଙ୍କ ମୃତ୍ୟୁ ପାଇଁ ମୋଦୀ ସରକାରଙ୍କୁ ଦାୟୀ କରିଥିଲେ। କେତକ ରାଜ୍ୟରେ ଉପ ନିର୍ବାଚନରେ ପରାଜୟ ବରଣ କରିଥିବା ବିଜେପି ସରକାର ଉତ୍ତରପ୍ରଦେଶ ଖେରିରେ ଗାଡି ମଡାଇ ଚାଷୀ ହତ୍ୟାକରି ଉତ୍ତରପ୍ରଦେଶ ନିର୍ବାଚନ ରେ ପରାଜୟ ଭୟରେ ମୋଦି ତରବରିଆ ଭାବେ କୃଷି ଆଇନ ପ୍ରତ୍ୟାହାର ପାଇଁ ଘୋଷଣା କରିଛନ୍ତି। କିନ୍ତୁ ଘୋଷଣା ପରିବର୍ତ୍ତେ ମୋଦୀ ସଂସଦରେ ଆନୁଷ୍ଠାନିକ ମତରେ ପ୍ରତ୍ୟାହାର କରିବା,୨୦୨୦ ବିଦ୍ଯୁତ ଆଇନ ପ୍ରତ୍ୟାହାର,ଏମ ଏସ ପି ଲାଗୁ କରିବା, ଚାରୋଟି ଶ୍ରମ କୋଡ଼ ବାତିଲି କରିବା,ପ୍ରତି ମୃତକ ଚାଷୀ ପରିବାରକୁ ଏକ କୋଟି ଟଙ୍କା ଲେଙ୍ଖାଏ ସହାୟତା ଯୋଗାଇ ଦେବାକୁ ବକ୍ତା ଦାବି କରିଥିଲେ।ଦାବୀ ପୁରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ,ଏଥିପାଇଁ ଚାଷୀ ଓ ଶ୍ରମିକ ଭାଇ ମାନେ ସମସ୍ତ ସହଯୋଗ କରିବାକୁ ସଙ୍ଗଠନ ତରଫରୁ ଆହ୍ବାନ ଦିଆ ଯାଇଥିଲା। ଏହି ପ୍ରତିବାଦରେ ଚାଷୀ ନେତା ହରିଶ୍ଚନ୍ଦ୍ର ମିଶ୍ର,ନିତ୍ୟାନନ୍ଦ ପରିଡା, ଦୁଃଶାସନ ଜେନା,ଗଦାଧର ପ୍ରଧାନ, ସୁଶୀଲ ମହାନ୍ତି,ସବ୍ୟସାଚୀ ସେନାପତି, ଭିକାରୀ ସାହୁ ଓ କୁଳମଣି ପଲେଇ ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)