ଦିବ୍ୟ ଜନନୀ ଜୟନ୍ତୀ ଅବସରରେ ଷଷ୍ଠ ତମ ବାର୍ଷିକ ଉତ୍ସବ ପାଳନ।

0 251

ବୋଲଗଡ଼,୨୧/୦୨(ପିପିଟି):ଦିବ୍ୟ ଜନନୀ ଜନ୍ମ ଜୟନ୍ତୀ ଅବସରରେ ଅପରାହ୍ନ ୩ଘଟିକା ସମୟରେ ବୋଲଗଡ଼ର ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ଷଷ୍ଠ ତମ ବାର୍ଷିକ ଉତ୍ସବ ତଥା ବ୍ଲକ ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ, ଧୂପ ଓ ପୁଷ୍ପ ଅର୍ପଣ କରିବା ସହିତ ଧ୍ୟାନ ଓ ମାତୃ ସଂଗୀତ ଗାନ କରାଯାଇଥିଲା। ତତସହିତ ପିଲାଙ୍କୁ କିପରି ଗଢିବା ଏବଂ ଆଦର୍ଶ ମାତୃତ୍ବ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.