ଦିବା ରାତ୍ର ଏକଦିବସୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।

0 276

ବୋଲଗଡ଼,୨୧/୧୨(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ସରକାରୀ ହାଇସ୍କୁଲ ପଡିଆରେ ସାଗରଗୁଆଁ ଭଲିବଲ୍ ଆସୋସିଏସନ ତରଫରୁ ଆୟୋଜିତ ଦିନିକିଆ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ସମ୍ମାନିତ ଅତିଥି ମାନଙ୍କ ଦ୍ବାରା ଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ କରି ରେବୁନ କଟାଯାଇ ଶୁଭ ଉଦ୍‌ଘାଟନ କରାଯାଇ ଉତ୍ତମ ଖେଳ ପ୍ରଦର୍ଶନ କରି ସୁନାମ ଅର୍ଜନ କରିବାର ଲକ୍ଷ ରଖିବାପାଇଁ ଆସିଥିବା ସମସ୍ତ ଖେଳାଳୀଙ୍କୁ ସେ ପରାମର୍ଶ ଦେଇଥିଲେ। ଏହି ଦିବା ରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ବୈଦଶ୍ୱର,କଳାପଥର,କୁରାଢିଲୋ,ଗୋଡିଆଳି,ସାଗରଗୁଆଁ,ଇଟାମାଟି,ରଣପୁର,ଗଡବାଣିକିଲୋ ଏହିପରି ଆଠଟି ଦଳଆସିଥିବା ବେଳେ ଫାଇନାଲ ମ୍ୟାଚରେ ଇଟାମାଟି ଦଳଠାରୁ ୨.୦ ପଏଣ୍ଟରେ ଗୋଡିଆଳି ଦଳ ବିଜୟ ହାସଲ କରିଥିଲା।ବିଜୟ ହାସଲ କରିଥିବା ଦଳକୁ ଟ୍ରଫି ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବରେ ବଡକୁମ୍ଭାରି ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ସାଗରଗୁଆଁ ସରପଞ୍ଚ ରମାମଣି ଦେଇ,ସମିତିସଭ୍ୟ ତୋଫାନ ବେହେରାଙ୍କ ସମେତ ସାଗରଗୁଆଁ ଭଲିବଲ୍ ଆସୋସିଏସନ କ୍ଳବ୍ ପିଲାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ତତସହିତ ବହୁ ଦର୍ଶକ ଖେଳକୁ ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.