ଦିନ ଦ୍ୱିପ୍ରହରରେ ଲୁଟ୍‌:କଳା ପଲସର ଆତଙ୍କ:ବ୍ୟବସାୟୀଙ୍କ ଠାରୁ ୧୭ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

0 241

କନ୍ଧମାଳ,୦୩/୦୪(ପିପିଟି): କନ୍ଧମାଳ ଜିଲା ଫୁଲବାଣୀ ସହରରେ ସୋମବାର ଦିନ ଦ୍ୱିପ୍ରହରରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଲୁଟେରା ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଫୁଲବାଣୀ ଆକ୍ସିସ୍‌ ବ୍ୟାଙ୍କ ନିକଟରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି। ଏନେଇ ବ୍ୟବସାୟୀ ଜଣକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତବକ, ସଂସ୍କାର ପାତ୍ର ଗ୍ରୋସରି ହୋଲ୍‌ସେଲ ବ୍ୟବସାୟ କରନ୍ତି। ଗତ ୩ଦିନ ହେଲା ବ୍ୟାଙ୍କ ବନ୍ଦ ରହିଥିଲା। ବ୍ୟବସାୟ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ପୂର୍ବାହ୍ନ ୧୧ ଟାରେ ସଂସ୍କାରଙ୍କ ଭାଇ ଅଜୟ ଏବଂ କର୍ମଚାରୀ ରମେଶ ପ୍ରଧାନ ସ୍କୁଟିରେ ବାହାରିଥିଲେ। ପ୍ରଥମେ ଷ୍ଟେଟ ବ୍ୟାଙ୍କରେ ଟଙ୍କା ଜମା କରିବା ପରେ ବାକି ୧୭ ଲକ୍ଷ ୫୦ ହଜାର ଟଙ୍କା ଆକ୍ସିସ୍‌ ବ୍ୟାଙ୍କରେ ଜମା କରିବାକୁ ଆସୁଥିଲେ। ହେଲେ ଆକ୍ସିସ୍‌ ବ୍ୟାଙ୍କଠାରୁ ମାତ୍ର ୩୦ ମିଟର ଦୂରରେ ଏକ ପଲ୍‌ସର ବାଇକ୍‌ରେ ୨ଜଣ ଯୁବକ ଆସି ସ୍କୁଟିକୁ ଗୋଇଠା ମାରିଥିଲେ। ଫଳରେ ସେମାନେ ସ୍କୁଟିରୁ ତଳେ ପଡ଼ିଯାଇଥିଲେ। ଏହାର ସୁଯୋଗ ନେଇ ଯୁବକ ଦ୍ୱୟ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଝାମ୍ପିନେଇ ଦ୍ରୁତଗତିରେ ସରକୁଲାର ରୋଡ୍‌ ଦେଇ ଫେରାର ହୋଇଯାଇଥିଲେ। ଖବର ପାଇ ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରି ଆକ୍ସିସ୍‌ ବ୍ୟାଙ୍କ ସମ୍ମୁଖରେ ପହଞ୍ଚି ବ୍ୟାଙ୍କରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.