ଦିଗପହଣ୍ଡି ବ୍ଲକ୍ ଅଧୀନସ୍ଥ କିଛି ଗ୍ରାମ ଗୁଡ଼ିକୁ ଦିଗପହଣ୍ଡି ଥାନା ଅଧୀନରେ ରଖିବାକୁ ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ ।
ବ୍ରହ୍ମପୁର, ୦୨/୦୫(ପିପିଟି): ଆଜି ଦିଗପହଣ୍ଡି ଭାରପ୍ରାପ୍ତ ଥାନାଧିକାରି ବସନ୍ତ କୁମାର ସେଠୀଙ୍କ ଜରିଆରେ ଆରକ୍ଷୀ ମହାନିର୍ଦ୍ଦେଶକ କଟକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ ପ୍ରଦାନ କରାଯାଇଥିଲା । ସ୍ମାରକ ପତ୍ର ଦେବାର ମୁଖ୍ୟ କାରଣ ହେଲା ବହୁ ବର୍ଷ ହେଲା ଦିଗପହଣ୍ଡି ବ୍ଲକ ର କିଛି ଗ୍ରାମ ପଞ୍ଚାୟତର ଗ୍ରାମ ଗୁଡିକ ଯଥା ଗ୍ରା/ପ ନିମଖଣ୍ଡି ପେଣ୍ଠ , ଚଷା ନିମଖଣ୍ଡି , ଫlସିଗୁଡା , ଏସ ଟିକରପଡା , ଖମାରିଗାଁ ର ଗ୍ରାମ ଗୁଡିକ ଦିଗପହଣ୍ଡି ପୋଲିସ ଷ୍ଟେସନ ଅଧୀନରେ ନଆସୁଥିବାରୁ ସେହି ଅଞ୍ଚଳର ଜନସାଧାରଣ ବୃନ୍ଦ ବହୁ ଅସୁବିଧାର ସମ୍ମୁଖୀନ ହଉଛନ୍ତି । ଉକ୍ତ ପଞ୍ଚାୟତର ଗ୍ରାମ ଗୁଡିକ କିଛି କେ. ନୂଆଗାଁ ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ବେଳେ ଆଉ କିଛି ଗ୍ରାମ ଗୁଡିକ ପାଟପୁର ଥାନା ଅଧୀନରେ ଅଛି । ଯାହା ଉକ୍ତ ଗ୍ରାମ ଗୁଡିକର ବ୍ଲକ , ତହସିଲ , ହସ୍ପିଟାଲ ଇତ୍ୟାଦି ଦିଗପହଣ୍ଡିରେ ଥିବା ବେଳେ ସେମାନଙ୍କର ପୋଲିସ ଷ୍ଟେସନ ଦିଗପହଣ୍ଡିରେ ନଥିବା ଯୋଗୁ ମାନସିକ ଓ ଖର୍ଚ୍ଚାନ୍ତର ସମ୍ମୁଖୀନ ହଉଛନ୍ତି ଗ୍ରାମର ଲୋକେ । ତେଣୁ ଆଜି ବିଜେପି ତରଫରୁ ଏକ ଦାବିପତ୍ର ଆରକ୍ଷୀ ମହାନିର୍ଦ୍ଦେଶକ କଟକଙ୍କୁ ପ୍ରଦାନ କରିଛନ୍ତି । ଯେ ପ୍ରଶାସନ ଉକ୍ତ ଗ୍ରାମ ଗୁଡିକୁ ଦିଗପହଣ୍ଡି ଥାନା ଅଧୀନରେ ରଖାଯାଉ ଯଦ୍ଵାରା ଉକ୍ତ ଅଞ୍ଚଳର ଜନସାଧାରଣ ଉପକୃତ ହେବେ । ସ୍ମାରକ ପତ୍ର ଦେବା ସମୟରେ ଶ୍ରୀକାନ୍ତ ପାଢ଼ୀ ( ପୂର୍ବତନ ରାଜ୍ୟ ସମ୍ପାଦକ , ବିଜେପି ) , ପରେଶ ଚନ୍ଦ୍ର ରଥ ( ଗଞ୍ଜାମ ଜିଲ୍ଲା ବିଜେପି ଉପସଭାପତି ),ଇଂ.ସିପ୍ରାରାଣୀ ତ୍ରିପାଠୀ , ଯୋଗେନ୍ଦ୍ର ରେଡ୍ଡୀ, ସିମାଞ୍ଚଳ ଶାସମଲ , ବୁଲୁ ସ୍ବାମୀ , ବିଭୁ ପ୍ରସାଦ ଅଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )