ଦିଗପହଣ୍ଡି ପୋଲିସ ଓ ତହସିଲ ପ୍ରଶାସନ କ୍ବାରେଣ୍ଟାଇନ୍ ସେଣ୍ଟର ଦାୟିତ୍ବ ବୁଝନ୍ତୁ ।

0 390

ଦିଗପହଣ୍ଡି,୧୭/୦୫,କ୍ବାରେଣ୍ଟାଇନ ସେଣ୍ଟର କିମ୍ବା ପ୍ରବାସୀ ମାନଙ୍କୁ ଥଇଥାନ କରିବାପାଇଁ ବୋଧେ ଦିଗପହଣ୍ଡି ତହସିଲ ଓ ଥାନା ପୋଲିସ ପ୍ରଶାସନର ସତେ ଯେମିତି କୌଣସି ଭୂମିକା ନାହିଁ ଓଲଟି ଏନଏସି ଓ ବ୍ଲକ କର୍ତ୍ତୃପକ୍ଷଙ୍କ ଉପରେ ହିଁ ଦାୟିତ୍ୱ ବୋଧତା ରହୁଥିବା ଜଣେ ସହର ବସିନ୍ଦା ଭାବେ ମନେ ହେଉଛି। ଅଥଚ ତହସିଲ ଓ ଥାନା ପୋଲିସ ପ୍ରଶାସନ ଏଭଳି ସମ୍ବେଦନଶୀଳ ସ୍ଥିତିରେ କ୍ଵରେଣ୍ଟାଇନ ସେଣ୍ଟର ତଦାରଖ ଦାୟିତ୍ୱରେ ନରହି ବରଂ ସଇରତ ବାଲି ଇଟା ମାଟି ଟ୍ରାକ୍ଟର ଅବା ଚୋରା ମଦ ଚାଲାଣ ପାଟ୍ରୋଲିଂ ବେଳେ ଧରି ବାହା ବାହା ନେଉଛନ୍ତି। କେତେ କ୍ଵରେଣ୍ଟାଇନ ସେଣ୍ଟରରେ ଥାନା ତହସିଲ କୋଭିଡ ଯୋଦ୍ଧା ଦିବାରାତ୍ର କିଭଳି ସେବା ଯୋଗାଉଛନ୍ତି ସେନେଇ ବାସ୍ତବତା ଜାଞ୍ଚ ହେଲେ ସତ୍ୟତା ସାମ୍ନାକୁ ଆସିଯିବ।କେବଳ ଶିଷକ ଶିକ୍ଷୟତ୍ରୀ ଆଶା ଦିଦି ଅଙ୍ଗନବାଡି କର୍ମୀ ମାନଙ୍କର କ୍ବାରେଣ୍ଟାଇନ ସେଣ୍ଟର ଗୁଡିକର ତଦାରଖ ଦାୟିତ୍ୱ ରହୁଥିବା ବେଲେ ପ୍ରବାସୀ ଓଡ଼ିଆ ମାନଙ୍କୁ ନିୟନ୍ତ୍ରଣ କରିବାରେ କିଛି ଦାୟିତ୍ବ ବୋଧତା କୋଭିଡ-୧୯ ଭଳି ସମ୍ବେଦନଶୀଳ ସ୍ଥିତିରେ ଥାନା ଓ ତହସିଲ ପ୍ରଶାସନ କ୍ବାରେଣ୍ଟାଇନ ସେଣ୍ଟର ଗୁଡିକ ହେପାଜତ ଦାୟିତ୍ୱ ମଧ୍ୟ ନିଅନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ରିପୋର୍ଟ -ସାଇଦୀପ ପୂଜାରୀ ।

Leave A Reply

Your email address will not be published.