ଦିଗପହଣ୍ଡି ପଶୁ ଚିକିତ୍ସା କେନ୍ଦ୍ରରେ ଅବ୍ଯବସ୍ଥା, ଦୀର୍ଘ ଦିନ ଯନ୍ତ୍ରଣାରେ ଛଟପଟ ହେବା ପରେ ଶେଷରେ ଷଣ୍ଢଟିର ମୃତ୍ୟୁ ହୋଇଛି।

0 481

ଦିଗପହଣ୍ଡି,୦୧/୧୧(ପିପିଟି); ଗତ କିଛି ଦିନ ତଳେ ଦିଗପହଣ୍ଡିରେ ଏକ ଷଣ୍ଢ ଟିକୁ ଗାଡି ଧକ୍କା ଦେଇଥିଲା । ଷଣ୍ଢଟି ସମ୍ପୂର୍ଣ୍ଣ ଭାବେ ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହୋଇ ରୋଡ଼ରେ ପଡ଼ିରହିଥିଲା । ଦିଗପହଣ୍ଡି ଏନ୍.ଏ.ସି. ର କର୍ମଚାରୀ ଆସି ଷଣ୍ଢଟିକୁ ଦିଗପହଣ୍ଡି ଗୋଷ୍ଠି ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଦୁଃଖର ବିଷୟ ଷଣ୍ଢଟି ୫ଦିନ ରୁ ଉର୍ଦ୍ଧ୍ବ ଦିନ ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣ ହାରିଲା । ବିଚରା ନିରୀହ ପଶୁଟି କାହାକୁ କହିବ, କିଏ ତା ଦୁଃଖ ଶୁଣିବ । ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ମୃତ୍ୟୁ ହୋଇଛି । ନିରୀହ ପଶୁଟିକୁ କାଉ ମାନେ ଖୁମ୍ପି ଖୁମ୍ପି ଖାଉଥିଲେ ହେଲେ ସେମିତି ଯନ୍ତ୍ରଣାରେ ଛଟପଟ ହେଉଥିଲା ସିନା ତାର କେହିବି ଯତ୍ନ ନେଉନଥିଲେ । ଆମେ ଯାଇ ପଚାରିବାରୁ ଏହା ଆମର କାମ ନୁହେଁ ଏନ୍.ଏ.ସି ବାଲାଙ୍କ କାମ ବୋଲି ଡ଼ା.ଆଶିଷ ଦୋରା କହିଥିଲେ ଆମକୁ । ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ପଶୁମାନଙ୍କ ଚିକିତ୍ସା ପାଇଁ ଆସୁଛି କାହାପାଇଁ । ପଶୁ ମାନଙ୍କ ଜୀବନ ଏବେ ବିପଦରେ ପଡିବାରେ ଲାଗିଲାଣି ହେଲେ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଉନଥିବ ପରିଲକ୍ଷିତ ହେଉଛି । ଏଠାରେ ଡାକ୍ତର ଓ କର୍ମଚାରୀ ଦୀର୍ଘ ଦିନ ଧରି ରହିଥିବା ଯୋଗୁଁ ମନମୁଖୀ କାର୍ଯ୍ୟ ବଢୁଛି । ପଶୁ ଓ ପକ୍ଷୀ ମାନଙ୍କ ପାଇଁ ଆସୁଥିବା ଔଷଧ ଖୋଲା ବଜାରରେ ବିକ୍ରି ହେଉଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଏହି ଚର୍ଚ୍ଚା କେତେ ଦୂର ସତ୍ୟ ଅନୁସନ୍ଧାନ ସାପେକ୍ଷ । ଆସୁଥିବା ସରକାରୀ ଅନୁଦାନ ସଠିକ୍ ବିନିଯୋଗ ନହୋଇ କାଗଜପତ୍ର ସବୁ ଚାଲିଥିବା ବାହାରେ ଆଲୋକ ହେଉଛି। ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟରେ କେହିବି ଡାକ୍ତର ରହୁନାହାଁନ୍ତି । ଏଠି ରହିବାପାଇଁ ସବୁ ସୁବିଧା ଥିଲେ ମଧ୍ୟ ଡ଼ା.ଆଶିଷ ଦୋରା ଏଠି ରହୁନାହାଁନ୍ତି କାହିଁକି ସାଧାରଣରେ ଏହା ପ୍ରଶ୍ନବାଚି ସୃଷ୍ଟି ହେଉଚି଼ ।ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଦୁର୍ନୀତି ହେଉଛି ହେଲେ କେହିବି ଏହାର ପ୍ରତିକାର କରୁନାହାଁନ୍ତି । ଦିଗପହଣ୍ଡି ପ୍ରାଣୀ ଚିକିତ୍ସକ ଆଶିଷ ଦୋରାଙ୍କୁ ଆଜି ପର୍ଯ୍ୟନ୍ତ କେହିବି ଦେଖିନାହାଁନ୍ତି ଦିନେ ଆସିଲେ ପାଞ୍ଚ ଦିନ ଆସୁନାହାଁନ୍ତି ଡାକ୍ତର । ଡାକ୍ତରଙ୍କ ଏପରି ମନମୁଖୀ କାର୍ଯ୍ୟକଳାପକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଅଧିକାରୀ ଘଣ୍ଟ ଘୋଡାଉଥିବା ପରିଲକ୍ଷିତ ହେଉଛି । ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟ କେବେ ଦୁର୍ନୀତି ମୁକ୍ତ ହେବ ତାହା ଏବେ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହେଉଛି ।ଡାକ୍ତର ଓ କର୍ମଚାରୀ ବଦଳି ନହୋଇ ଅବସର ନେବା ପର୍ଯ୍ୟନ୍ତ ଦିଗପହଣ୍ଡିରେ ହିଁ ରହିବେ ବୋଲି ସବୁ ଆନୁସଙ୍ଗିକ ବ୍ୟବସ୍ଥା ହୋଇଥିବା ନେଇ ବିଶେଷ ସୂତ୍ରରୁ ଆଲୋଚନା ଶୁଣିବାକୁ ମିଳୁଛି।

(ରିପୋର୍ଟ- ସାଇଦୀପ୍ ପୂଜାରୀ। )

Leave A Reply

Your email address will not be published.