ଦିଗପହଣ୍ଡି ଥାନାର ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କଲେ ଦୀପ୍ତି ରଞ୍ଜନ ବେହେରା ।

0 624

ଦିଗପହଣ୍ଡି,୨୧/୦୫(ପିପିଟି): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନାରେ ନୂତନ ଥାନା ଅଧିକାରୀ ଭାବେ ଆଜି ଦିପ୍ତୀ ରଞ୍ଜନ ବେହେରା ନିଜର ଦାୟିତ୍ଵ ଗ୍ରହଣ କରିଥିବା ଜଣାପଡିଛି । ଏହା ପୂର୍ବରୁ ରମ୍ଭା ଥାନାରେ ଅବସ୍ଥାପିତ ଥିବା ବେଳେ ଆଜି ଆଇ.ଆଇ.ସି ଭାବେ ଦିଗପହଣ୍ଡି ଥାନାରେ ଯୋଗ ଦେଇଛନ୍ତି । ପୂର୍ବରୁ ଦିଗପହଣ୍ଡି ଥାନା ଅଧିକାରୀ ଭାବେ ଥିବା ବସନ୍ତ କୁମାର ସେଠୀଙ୍କୁ ଏସ୍ ପି କାର୍ଯ୍ୟାଳୟକୁ ବଦଳି ହୋଇଥିଲା । ତେବେ ନୂତନ ଅଧିକାରୀ ଶ୍ରୀ ବେହେରା ଥାନା ପରିସରରେ ଯୋଗଦେବା ପରେ ପ୍ରଥମେ ଦିଗପହଣ୍ଡି ପୋଲିସ ଥାନା ପକ୍ଷରୁ ଏସ୍ଆଇ ବଳଭଦ୍ର ଗଣ୍ଡ , ମାଧବ ଚନ୍ଦ୍ର ଟାକିରୀ , ଗୈାତମ କୁମାର ସାହୁ , ଏ .ସ୍ବର୍ଣ୍ଣଲତା ପାତ୍ର , ଏ.ଏସ.ଆଇ ଗୋବିନ୍ଦ ମଲ୍ଲିକ , ଅଜୟ କୁମାର ନାୟକ ସମେତ ସମସ୍ତ କର୍ମକର୍ତ୍ତା ଫୁଲତୋଡ଼ା ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ଥାନା ଅଧୀନରେ ବୃଦ୍ଧି ପାଇଥିବା ଅପରାଧିକ ନିୟନ୍ତ୍ରଣ , ଟ୍ରାଫିକ ସମସ୍ୟା ସୁଧାରିବା , ଚୋରା ମଦ କାରବାର , ଗଞ୍ଜେଇ ଚାଲାଣ ଉପରେ ଗୁରୁତ୍ବ ଦିଆଯିବା ସହ ସ୍ଥାନୀୟ ଅଞ୍ଚଳରେ ଅସାମାଜିକ ଯୁବକଙ୍କ ଦ୍ବାରା ବଢ଼ି ଚାଲିଥିବା ଚୋରି , ଡକାୟତି ଭଳି କାର୍ଯ୍ୟକୁ ଦମନ କରିବା,ରାତ୍ରୀ କାଳୀନ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି ଉପରେ ନଜର ରହିବ ଏବଂ ଲୋକମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ସହ ଦିଗପହଣ୍ଡି ଥାନାକୁ ଏକ ଆଦର୍ଶ ଥାନାରେ ପରିଣତ ପାଇଁ ଦାୟିତ୍ବ ଗ୍ରହଣ ପରେ ଆଇଆଇସି ସୂଚନା ଦେଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.