ଦିଗପହଣ୍ଡି,୦୫/୧୨(ପିପିଟି):ଆଜି କାଲି ଦୁନିଆଁରେ ବିଦ୍ୟୁତ୍ ବିନା କୌଣସି କାମ ହୋଇପାରୁନି । ସମସ୍ତ କାମ ବିଦ୍ୟୁତ୍ ରେ ହୁଏ । ବିଦ୍ୟୁତ୍ ସଂସ୍ୱର୍ଶରେ କେହି ବି ମନୁଷ୍ୟ ହେଉ ଅବା ପଶୁ ଆସିଲେ ତାହା ଜୀବନ ମଧ୍ୟ ନେଇଯାଏ । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ମୁଖ୍ୟ ରାସ୍ତାରେ ଏକ ବିଦ୍ୟୁତ୍ ବିତରଣ ଟ୍ରାନ୍ସଫର୍ମର ଟି ବହୁତ ବିପଦ ଜନକ ଭାବେ ରହିଛି । ରାତି ପାହିଲେ ସହ ସହ ଲୋକ , ଗାଈ, ଛେଳି , ଗାଡି ସେହି ରାସ୍ତା ଦେଇ ଯିବା ଆସିବା କରନ୍ତି । ରାସ୍ତାକୁ ଲାଗି ଏହି ଟ୍ରାନ୍ସଫର୍ମରଟି ରହିଛି । ଏହାର ଚତୁର୍ପାଶ୍ୱ ରେ କୌଣସି କଣ୍ଟା ତାର କିମ୍ବା ବେରିକେଡ଼ ମଧ୍ୟ ନାହିଁ । ଅତି ସହଜରେ କେହିବି ଏହାର ସଂସ୍ୱର୍ଶରେ ଆସିପାରିବେ । ଯଦି ଦୁର୍ଭାଗୀୟ ବଶତଃ କୌଣସି ଦୃଘଟଣା ହୁଏ ଏବଂ କାହାର ଜୀବନ ଗଲେ ଦାୟୀ କିଏ ହେବ ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
(ରିପୋର୍ଟ- ଆରତ କୁମାର ହୋତା। )