ଦାସକାଠିଆ କଳାକାର ସ୍ବର୍ଗତ ହରିହର ମହାରଣାଙ୍କ ସ୍ମୃତି ସଭା ।

0 355

କୋଦଳା,୧୮/୧୨(ପିପିଟି),ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଶାଙ୍କୁଡ଼ା ଠାରେ ବିଶିଷ୍ଟ ଦାସକାଠିଆ କଳାକାର ସ୍ବର୍ଗତ ହରିହର ମହାରଣାଙ୍କ ସ୍ମୃତିରେ ନିଖିଳ ଉତ୍କଳ ଦାସକାଠିଆ କଳାକାର ସଂଘ ପକ୍ଷରୁ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର ଏବଂ ଦେବେନ୍ଦ୍ର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶରେ ନିଖିଳ ଓଡିଶା ଦାସକାଠିଆ କଳାକାର ସଂଘର ରାଜ୍ୟ ସଭାପତି ଉପେନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ରବି ନାରାୟଣ ଶତପଥୀ, ଉପ ସଭାପତି ବାଳକୃଷ୍ଣ ମିଶ୍ର, ତାଲୁକା ସଭାପତି ଗୌର କିଶୋର ମହାରଣା ପ୍ରମୁଖଙ୍କ ସମସ୍ତ ସଦସ୍ୟ ଉପସ୍ଥିତ ରହି ଗ୍ରାମାଞ୍ଚଳରେ ଲୋକକଳାକୁ ଉଦଜୀବିତ କରାଇବା ରେ ସ୍ବର୍ଗତ ହରିହରଙ୍କ ଭୂମିକା ଉପରେ ସମସ୍ତେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଭାରତୀ ରାୟ ଶ୍ଳୋକ ଉଚ୍ଚାରଣ କରିଥିଲେ । ପରେ ବିଭିନ୍ନ ଦାସକାଠିଆ ଯୋଡି ପକ୍ଷରୁ ଦାସକାଠିଆ ସଂଗୀତ ପରିବେଷଣ କରାଯାଇଥିଲା । ଏହି ସମାବେଶରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରୁ ଦାସକାଠିଆ କଳାକାର ଯୋଗଦେଇଥିଲେ ।

Leave A Reply

Your email address will not be published.